ନୂଆଦିଲ୍ଲୀ: ନିଜ ସଂସଦୀୟ କ୍ଷେତ୍ର ବାରଣାସୀବାସୀକୁ ଦିପାବଳୀ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ବାରଣାସୀରେ 37ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରକାଶ ଯେ, ମୋଦି ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଅଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ସ୍ମାର୍ଟ ସିଟି ଯୋଜନା ଅଧିନରେ ସହରର ବିକାଶ ପାଇଁ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ମୋଦି 20ଟି ପ୍ରକଳ୍ପର ଉଦଘାଟନ କରିବା ସହ ସାରନାଥ ପ୍ରତ୍ନତାତ୍ତ୍ବିକ ଭଗ୍ନାବଶେଷରେ ଲାଇଟ୍ ଏବଂ ସାଉଣ୍ଡ ସିଷ୍ଟମର ଭିତ୍ତିପ୍ରସ୍ତର, 100 ଏମଟି କ୍ଷମତା ବିଶିଷ୍ଟ କୃଷି ଉତ୍ପାଦନ ଗୋଦାମ, ସାମ୍ପୁରନାନନ୍ଦ ଷ୍ଟାଡିୟମର ଖେଳାଳିମାନଙ୍କ ପାଇଁ ଆଇପିଡିଏସ୍ ଗୃହ ନିର୍ମାଣ, 105 ଅଙ୍ଗନୱାଡି କେନ୍ଦ୍ର ଏବଂ 101 ଆଶ୍ରୟ କେନ୍ଦ୍ର ପ୍ରକଳ୍ପ, ଗଙ୍ଗା ପ୍ରଦୂଷଣ ନିୟନ୍ତ୍ରଣ ୟୁନିଟ, କେନ୍ଦ୍ରୀୟ କାରାଗାର, ବିହନ ଷ୍ଟୋରର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବିମାନବନ୍ଦରରେ ନିର୍ମିତ ଦୁଇଟି ଏରୋବ୍ରିଜର ଉଦଘାଟନ କରିଛନ୍ତି ।