ଓଡିଶା

odisha

ETV Bharat / bharat

ମାଡୁଛି କୋରୋନା, ସମୀକ୍ଷା ବୈଠକ କଲେ ମୋଦି

ଦେଶର କୋରୋନା ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ସେ ସର୍ବସାଧାରଣ ସ୍ଥାନରେ ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ସାମାଜିକ ଶୃଙ୍ଖଳା ପାଳନ କରିବାର ଆବଶ୍ୟକତାକୁ ଦୋହରାଇଛନ୍ତି ।

ସମୀକ୍ଷା ବୈଠକ କଲେ ମୋଦି
ସମୀକ୍ଷା ବୈଠକ କଲେ ମୋଦି

By

Published : Jul 11, 2020, 6:21 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣର ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଦେଶର କୋରୋନା ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ସେ ସର୍ବସାଧାରଣ ସ୍ଥାନରେ ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ସାମାଜିକ ଶୃଙ୍ଖଳା ପାଳନ କରିବାର ଆବଶ୍ୟକତାକୁ ଦୋହରାଇଛନ୍ତି।

ସମୀକ୍ଷା ବୈଠକ କଲେ ମୋଦି

ଦେଶର ବିଭିନ୍ନ ସ୍ଥାନରେ କୋରୋନା ପରିସ୍ଥିତି ଏବଂ ପ୍ରସ୍ତୁତି ଉପରେ ବୈଠକରେ ଗୁରୁତ୍ବାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ । କୋରୋନା ବିଷୟରେ ଅଧିକରୁ ଅଧିକ ସଚେତନତା ଏବଂ କୋରୋନା ସଂକ୍ରମଣକୁ ରୋକିବା ଦିଗରେ ଗୁରୁତ୍ବ ଦେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେ ।

ଏହା ବ୍ୟତୀତ ଦିଲ୍ଲୀରେ ମହାମାରୀ ରୋକିବାରେ କେନ୍ଦ୍ର, ରାଜ୍ୟ ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଦିଲ୍ଲୀ ଭଳି ଅନ୍ୟ ରାଜ୍ୟ ସରକାରମାନେ ମଧ୍ୟ ସମାନ ଉପାୟ ଅବଲମ୍ବନ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସେ ।

ଅହମ୍ମଦାବାଦରେ "ଧନବନ୍ତୀ ରଥ" ମାଧ୍ୟମରେ ନୀରିକ୍ଷଣ ଏବଂ ଗୃହ ଭିତ୍ତିକ ଯତ୍ନର ସଫଳ ଉଦାହରଣକୁ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା । ଏହା ଅନ୍ୟ ସ୍ଥାନରେ ଅନୁସରଣ କରାଯାଇପାରେ ବୋଲି ମୋଦି କହିଛନ୍ତି । ଅଧିକ ପ୍ରଭାବିତ ଥିବା ସମସ୍ତ ରାଜ୍ୟ ତଥା ସ୍ଥାନଗୁଡିକରେ ଜାତୀୟ ସ୍ତରର ମନିଟରିଂ ଏବଂ ମାର୍ଗଦର୍ଶନ ପ୍ରଦାନ କରାଯିବା ଉଚିତ ବୋଲି ମୋଦି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଶନିବାର ଭାରତରେ କୋରୋନା ସଂକ୍ରମଣ ମାମଲା 8 ଲକ୍ଷ ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ 27,114 ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହା ବ୍ୟତୀତ 24 ଘଣ୍ଟା ମଧ୍ୟରେ 519 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ABOUT THE AUTHOR

...view details