ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ସମାଲୋଚନା କରିଛନ୍ତି ବାମପନ୍ଥୀ ଦଳ । ପୁଲୱାମା ଆକ୍ରମଣ ପରେ ମଧ୍ୟ ସମାନ ଫଣ୍ଡ ‘ଭାରତ କି ବୀର’ ନାମକ ଏକ ଟ୍ରଷ୍ଟ ଗଠନ କରାଯାଇଥିଲା ଓ ଏଥିରେ କୌଣସି ସ୍ବଚ୍ଛତା ନଥିବା କହିଛନ୍ତି କମ୍ୟୁନିଷ୍ଟ ଦଳ ।
ବାମପନ୍ଥୀ ଦଳର ଏକ କାର୍ଯ୍ୟନିର୍ବାହୀ କମିଟି ପୋଲିଟବ୍ୟୁରୋ ଏକ ନୋଟିସ ଜାରି କରି ଏହାକୁ ମୂଲ୍ୟହୀନ ବୋଲି କହିଛନ୍ତି । ଏହି ବିବୃତ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠି (PMNRF) 1948 ମସିହାରୁ ଚାଲୁ ଅଛି ଏବଂ ପାଣ୍ଠିରେ 3,800 କୋଟି ରହିଛି । ଏହି ନୂଆ ଫଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ 3 ମନ୍ତ୍ରୀ ଟ୍ରଷ୍ଟି ଅଛନ୍ତି । ଏଥିରେ କୌଣସି ବିରୋଧୀ ଦଳର ନେତା ନଥିବା ନୋଟିସରେ କୁହାଯାଇଛି ।