ଓଡିଶା

odisha

ETV Bharat / bharat

ପିଏମ କେୟାର୍ସ ଫଣ୍ଡକୁ 2.25 ଲକ୍ଷ ଦାନ କରିଛନ୍ତି ମୋଦି - ପିଏମ କେୟାର୍ସ ଫଣ୍ଡକୁ 2.25 ଲକ୍ଷ ଦାନ କରିଥିଲେ ମୋଦୀ

କୋରୋନା ସଙ୍କଟର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କେୟାର୍ସ ଫଣ୍ଡ ଗଠନ କରିଥିଲେ । ଯେଉଁଥିରେ ସେ ନିଜେ 2.25 ଲକ୍ଷ ଟଙ୍କା ଦାନ କରିଛନ୍ତି । ଅଧିକ ପଢନ୍ତୁ...

ପିଏମ କେୟାର୍ସ ଫଣ୍ଡକୁ 2.25 ଲକ୍ଷ ଦାନ କରିଥିଲେ ମୋଦୀ
ପିଏମ କେୟାର୍ସ ଫଣ୍ଡକୁ 2.25 ଲକ୍ଷ ଦାନ କରିଥିଲେ ମୋଦୀ

By

Published : Sep 3, 2020, 4:41 PM IST

ନୂଆଦିଲ୍ଲୀ: ପିଏମ କେୟାର୍ସ ଫଣ୍ଡ ଅଡିଟ୍ ରିପୋର୍ଟ ସାର୍ବଜନୀନ ହେବାର ଗୋଟିଏ ପରେ ଗୁରୁବାର ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୋରୋନା ସଙ୍କଟର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କେୟାର୍ସ ଫଣ୍ଡ ଗଠନ କରିଥିଲେ । ଯେଉଁଥିରେ ସେ ନିଜେ 2.25 ଲକ୍ଷ ଟଙ୍କା ଦାନ କରିଛନ୍ତି । ବୁଧବାର ଖବର ପ୍ରକାଶ ପାଇଥିଲା ଯେ ମାର୍ଚ୍ଚ 27 ରେ ପ୍ରତିଷ୍ଠା ହୋଇଥିବା ପିଏମ କେୟାର ଫଣ୍ଡ ମାତ୍ର ପାଞ୍ଚ ଦିନ ମଧ୍ୟରେ 3,076 କୋଟି ଟଙ୍କା ପାଇଛି । ତେବେ ଭାରତୀୟ ଜନତା ପାର୍ଟି (ବିଜେପି)ର କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ଏବଂ ସ୍ମୃତି ଇରାନୀଙ୍କ ସମେତ ବହୁ ନେତା ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ପାଇଁ ପୁଞ୍ଜି ଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି।

ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବ୍ୟକ୍ତିଗତ ସମ୍ପତ୍ତିରୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଦାନ କରିଛନ୍ତି। ସେ ଦେଶର ଅଭାବୀ ଲୋକଙ୍କ କଲ୍ୟାଣ ପାଇଁ ମଧ୍ୟ ସହଯୋଗ କରିଛନ୍ତି । ଏପରିକି ବାଳିକା ଶିଶୁ ଶିକ୍ଷା ପଦକ୍ଷେପ ଠାରୁ ଆରମ୍ଭ କରି ସ୍ୱଚ୍ଛ ଗଙ୍ଗା ମିଶନ ପର୍ଯ୍ୟନ୍ତ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ତାଙ୍କର ଅବଦାନ ରହିଛି। ଏଭଳି ପଦକ୍ଷେପ ପାଇଁ ପିଏମ ମୋଦି ବର୍ତ୍ତମାନ ପର୍ଯ୍ୟନ୍ତ 103 କୋଟିରୁ ଅଧିକ ଦାନ କରି ସାରିଛନ୍ତି ।

2019 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ସଞ୍ଚୟରୁ କୁମ୍ଭ ମେଳାର ସଫେଇ କର୍ମଚାରୀଙ୍କ କଲ୍ୟାଣ ପାଇଁ 21 ଲକ୍ଷ ଟଙ୍କା ଦାନ କରିଥିଲେ । ଦକ୍ଷିଣ କୋରିଆରେ ସିଓଲ୍ ଶାନ୍ତି ପୁରସ୍କାର ପାଇବା ପରେ ସେ ସଙ୍ଗେ ସଙ୍ଗେ ନାମାମି ଗଙ୍ଗେ ପାଇଁ 1.3 କୋଟି ଟଙ୍କା ପୁରସ୍କାର ରାଶି ଗଙ୍ଗା ନଦୀକୁ ସଫା କରିବାରେ ସାହାଯ୍ୟ କରିବା ପାଇଁ ଘୋଷଣା କରିଥିଲେ । ଏପରିକି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ସରକାରୀ କର୍ମଚାରୀଙ୍କ ଝିଅମାନଙ୍କୁ ଶିକ୍ଷା ଦେବା ପାଇଁ ବ୍ୟକ୍ତିଗତ ସଞ୍ଚୟରୁ ୨୧ଲକ୍ଷ ଟଙ୍କା ଦାନ କରିଥିଲେ ।

ABOUT THE AUTHOR

...view details