ଓଡିଶା

odisha

ETV Bharat / bharat

ପବଜି ଖେଳିଲେ ହେବ ଜେଲ୍‌

ମଲଟିପ୍ଲେୟର ମୋବାଇଲ ଗେମ ପବଜିକୁ ଭାରତରେ ବ୍ୟାନ କରିବାକୁ ଅନେକ ଥର ଦାବି ହୋଇଛି । ଯାହାକୁ ଏବେ ଦେଶର ଅନେକ ସହର ପୂରଣ କରିବାରେ ଲାଗି ପଡିଛି । ଏହି ଗେମ ବିରୁଦ୍ଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇଛି ।

By

Published : Mar 12, 2019, 10:50 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଅନଲାଇନ ମୋବାଇଲ ଗେମ ପବଜି ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି । ଯୁବ ବର୍ଗଙ୍କ ମଧ୍ୟରେ ଏହାର କ୍ରେଜ ବଢି ଚାଲିଛି । ତେବେ ଅନେକଙ୍କ ପାଇଁ ଏହା ମରଣଯନ୍ତା ମଧ୍ୟ ସାଜୁଛି । ଏହି ଖେଳରେ ମାତି ଅଧିକାଂଶଙ୍କ ଜୀବନ ଯିବା ସହ ଅନେକ ହେଉଛନ୍ତି ଆହତ । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ପବଜି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତି ନେଇଛନ୍ତି ।

ଏହି ମଲଟିପ୍ଲେୟର ମୋବାଇଲ ଗେମକୁ ଭାରତରେ ବ୍ୟାନ କରିବାକୁ ଅନେକ ଥର ଦାବି ହୋଇଛି । ଯାହାକୁ ଏବେ ଦେଶର ଅନେକ ସହର ପୂରଣ କରିବାରେ ଲାଗି ପଡିଛି । ଏହି ଗେମ ବିରୁଦ୍ଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇଛି । ସର୍ବପ୍ରଥମେ ଗୁଜୁରାଟ ରାଜକୋଟ ପୋଲିସ ଦ୍ବାରା ଏହାକୁ ବ୍ୟାନ କରାଗଲା । ଯାହାକୁ ଅନୁସରଣ କରି ଅନେକ ସହର ଏବେ ଏହି ପଦକ୍ଷେପ ନେଇଛନ୍ତି ।

ପବଜି ଗେମକୁ କ୍ଷତିକାରକ ଦର୍ଶାଇ ଗୁଜୁରାଟ ଭାବନଗର ଏବଂ ଗିର ସୋମନାଥର କିଛି ଅଞ୍ଚଳରେ ଏହାକୁ ବ୍ୟାନ କରାଯାଇଛି । ଏହି 2 ଜିଲ୍ଲାର ଜିଲ୍ଲା ଅଧିକାରୀ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ କଟକଣାକୁ ଅଣଦେଖା କରି ଯଦି କୌଣସି ୟୁ୍ଜର ପବଜି ଖେଳୁଛି ତା ବିରୁଦ୍ଧରେ ପୋଲିସରେ ଅଭିଯୋଗ କରାଯାଇ ପାରିବ । ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କୁ ଆଇପିସିର ଧାରା 188 ଅଧିନରେ ଜେଲ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ଜଣା ପଡିଛି ।

For All Latest Updates

ABOUT THE AUTHOR

...view details