କୁରୁକ୍ଷେତ୍ର:ସମଗ୍ର ବିଶ୍ବ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ। ଦିନକୁ ଦିନ ପ୍ଲାଷ୍ଟିକ ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଏକକ ବ୍ୟବହୃତ ପ୍ଲାଷ୍ଟିକର ବ୍ୟବହାର ସମଗ୍ର ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଛି। ଏପଟେ ପ୍ଲାଷ୍ଟିକ ଆବର୍ଜନା, ଭାରତ ଭଳି ବିକାଶଶୀଳ ରାଷ୍ଟ୍ରର ସମସ୍ୟାକୁ ଦ୍ବିଗୁଣିତ କରିଛି । କାରଣ ଏଠାରେ ଅଳିଆ ସଂଗ୍ରହ ଓ ଏହାର ପୁନଃବିନିଯୋଗ କରିବା ବ୍ୟବସ୍ଥା ଅକ୍ଷମ ବା ନଗଣ୍ୟ ହୋଇଥାଏ ।
ଅନ୍ୟପଟେ ପ୍ରତିଦିନ ଦେଶରେ 26 ହଜାର ଟନ୍ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଉତ୍ପନ ହୁଏ ବୋଲି ଅନୁମାନ କରିଛି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ସବୁଠୁ ବଡକଥା ହେଉଛି, ପ୍ରତିଦିନ 10 ହଜାର ଟନରୁ ଅଧିକ ପ୍ଲାଷ୍ଟିକ ଆବର୍ଜନା ଗୁଡିକର ପୁନଃବ୍ୟବହାର ହୋଇପାରେ ନାହିଁ । ଏସମ୍ପର୍କରେ ଅଧିକ ଜାଣିବା ପାଇଁ ହୃଦ୍ରୋଗ ଓ ଶ୍ବାସରୋଗ ବିଶେଷଜ୍ଞ ଡକ୍ଟର ଶୌଳେନ୍ଦ୍ର ସାଇନିଙ୍କ ସହ ଆଲୋଚନା କରିଥିଲା ଆମ ଇଟିଭି ଭାରତ ଟିମ୍ ।