ଗାଜିଆବାଦ: ପ୍ଲାଷ୍ଟିକ ମୁକ୍ତ ଭାରତ ପାଇଁ ଦେଶବ୍ୟାପୀ ଆରମ୍ଭ ହୋଇଛି ଅଭିଯାନ । ରାଲି ସାଙ୍ଗକୁ କରାଯାଉଛି ସଚେତନତା କାର୍ଯ୍ୟକ୍ରମ । ଏହି ଦିଗରେ ବେଶ ଆଗୁଆ ରହିଛି ଉତ୍ତର ପ୍ରଦେଶର ଗାଜିଆବାଦ । ବିଭିନ୍ନ ସମୟରେ ଏଠାରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ସହିତ ରାଲି ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ଏହି ଅଭିଯାନ ବହୁ ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ଗାଜିଆବାଦ ମହାନିଗମ ପକ୍ଷରୁ ଆରମ୍ଭ ହୋଇଯାଇଛି ।
ଅଦରକାରୀ ପ୍ଲାଷ୍ଟିକରୁ ଏଠି ନିର୍ମାଣ ହୋଇଛି ରାସ୍ତା । ଗୋଟିଏ ନୁହେଁ ତିନି ତିନୋଟି ରୋଡ ନିର୍ମାଣ କରିବାରେ ଆଜି ସଫଳ ଏହି ଜିଲ୍ଲା । ଉତ୍ତର ପ୍ରଦେଶର ପ୍ରଥମ ଜିଲ୍ଲା ଭାବେ ଏଠାରେ ଦେଖିବାକୁ ମିଳିଛି ପ୍ଲାଷ୍ଟିକ ନିର୍ମିତ ରାସ୍ତା । ଜିଲ୍ଲା ପ୍ରଶାସନ ଓ ମ୍ୟୁନସିପାଲ କର୍ପୋରେସନ ଅହରହ ରାଲି ଓ ସଚେତନତା କାର୍ଯ୍ୟକ୍ରମ ହିଁ ଏହାକୁ ସଫଳ ରୂପାୟନ ଦେଇପାରିଛି ।