ଓଡିଶା

odisha

By

Published : Jul 31, 2020, 12:19 PM IST

ETV Bharat / bharat

କୋରୋନା ରୋଗୀଙ୍କୁ ମାଗଣାରେ ପ୍ଲାଜମା ଯୋଗାଇବେ ପଞ୍ଜାବ ସରକାର

ପଞ୍ଜାବ ସରକାରଙ୍କ ବେସରକାରୀ ମେଡିକାଲରେ ପ୍ଲାଜମା ବିକ୍ରୟ ନିଷ୍ପତ୍ତିକୁ ଆମ ଆଦମୀ ପାର୍ଟି ବିରୋଧ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କୋରୋନା ରୋଗୀଙ୍କୁ ମାଗଣାରେ ପ୍ଲାଜମା ଯୋଗାଇବେ ବୋଲି ଘୋଷଣା କରିଛନ୍ତି ।

corona
କୋରୋନା ରୋଗୀଙ୍କୁ ମାଗଣାରେ ପ୍ଲାଜମା ଯୋଗାଇବେ ପଞ୍ଜାବ ସରକାର

ଚଣ୍ଡୀଗଡ: କୋରୋନା ରୋଗୀଙ୍କୁ ମାଗଣାରେ ପ୍ଲାଜମା ଯୋଗାଇବେ ପଞ୍ଜାବ ସରକାର । ପଞ୍ଜାବ ସରକାରଙ୍କ ବେସରକାରୀ ମେଡିକାଲରେ ପ୍ଲାଜମା ବିକ୍ରୟ ନିଷ୍ପତ୍ତିକୁ ଆମ ଆଦମୀ ପାର୍ଟି ବିରୋଧ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କୋରୋନା ରୋଗୀଙ୍କୁ ମାଗଣାରେ ପ୍ଲାଜମା ଯୋଗାଇବେ ବୋଲି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନିଜ ଅଧିକାରୀଙ୍କୁ କହିଛନ୍ତି ଯେ, ଏହା ସୁନିଶ୍ଚିତ ହେବା ଦରକାର ଯେ, କୋରୋନା ରୋଗୀଙ୍କ ଠାରୁ ପ୍ଲାଜମା ଥେରାପି ପାଇଁ କୌଣସି ଦେୟ ନିଆଯିବ ନାହିଁ । ଏଥିସହ କୌଣସି ବ୍ୟକ୍ତିଙ୍କୁ ପ୍ଲାଜମା ଥେରାପି କ୍ରୟବିକ୍ରୟର ଅନୁମତି ଦିଆଯିବ ନାହିଁ ।

ଏଥିସହ ମୁଖ୍ୟମନ୍ତ୍ରୀ କୋରୋନାରେ ସୁସ୍ଥ ହେଉଥିବା ରୋଗୀଙ୍କୁ ପ୍ଲାଜମା ଦାନ ପାଇଁ ନିବେଦନ କରିଛନ୍ତି । ବର୍ତ୍ତମାନ ରାଜ୍ୟରେ ପ୍ରାୟ 10,000 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପ୍ରତ୍ୟେକ ଜୀବନ ରକ୍ଷା କରିବା ଆମର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏପଟେ ଆମ ଆଦମୀ ପାର୍ଟି ସଭାପତି ଭାଗୱନ୍ତ ମନ କହିଛନ୍ତି, ଆମ ଦଳ ସରକାରଙ୍କୁ ଘରୋଇ ମେଡିକାଲକୁ ୟୁନିଟ୍ ପିଛା 20,000 ଟଙ୍କା ପ୍ଲାଜମା ବିକ୍ରି କରିବାକୁ ଅନୁମତି ଦେବ ନାହିଁ।

ABOUT THE AUTHOR

...view details