ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ପ୍ରଦୂଷଣ । ଏହାର ମୁଖ୍ୟ କାରଣ ପାଲଟିଛି ଅତ୍ୟଧିକ ମାତ୍ରାରେ ଗଛ କାଟିବା । ତେବେ ପ୍ରଦୂଷଣ ନିୟନ୍ତ୍ରଣ କରିବାରୁ ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟର ଭିନ୍ନ ପ୍ରୟାସ । ଏନେଇ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଭିତରେ 12ଶହରୁ ଊର୍ଦ୍ଧ୍ବରୁ ଗଛ ଲଗାଯିବ ।
ଫୋକସରେ ପ୍ରଦୂଷଣ ନିୟନ୍ତ୍ରଣ, ବିଶ୍ବବିଦ୍ୟାଳୟରେ ଲାଗିବ 12ଶହରୁ ଊର୍ଦ୍ଧ୍ବ ଗଛ - ବୃକ୍ଷରୋପଣ
ପରିବେଶକୁ ସୁରକ୍ଷା ରଖିବାକୁ ନୂଆଦିଲ୍ଲୀରେ ଥିବା ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟର ଭିନ୍ନ ପ୍ରୟାସ । କ୍ୟାମ୍ପସରେ ଲାଗିବ 12ଶହରୁ ଊର୍ଦ୍ଧ୍ବ ଗଛ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଜାମିଆ ମିଲିଆ ଇସଲାମିଆ ୟୁନିଭର୍ସିଟିର କୂଳପତି ପ୍ରଫେସର ନଜମା ଅଖତର ବୃକ୍ଷରୋପଣ କରିବା ସହ କହିଛନ୍ତିଯେ, କ୍ୟାମ୍ପସର 230 ଏକର ଜମିରେ ନୀମ୍ବ, ଅଶୋକା, ଗୁଲମୋହର, ଆମ୍ବ, ଜାମୁ, ଡାଳିମ୍ବ, ଅମୃତଭଣ୍ଡା ଭଳି ଅନେକ ପ୍ରକାରର ବୃକ୍ଷ ରୋପଣ ହେବ ।
କୂଳପତିଙ୍କ କହିବାନୂଯାୟୀ, ସମାଜରେ ସେହି 6 ଜଣ ମହିଳାଙ୍କୁ ସମ୍ମାନ କରାଯାଇଛି, ଯେଉଁମାନେ ସମସ୍ତ ବାଧା ବିଘ୍ନକୁ ପାର କରି ପରିବେଶକୁ ରକ୍ଷା କରିବା ପାଇଁ ବଡ ଭୂମିକା ନିର୍ବାହ କରିଥାନ୍ତି ।