ଓଡିଶା

odisha

ETV Bharat / bharat

ବ୍ୟାଙ୍କରୁ ଲୋନ ନିଅନ୍ତୁ, ସମର ଟ୍ରିପରେ ଯାଆନ୍ତୁ

ସମର ମସ୍ତି ଚାହୁଁଥିଲେ ବ୍ୟାଙ୍କ ଦେବ ଲୋନ । ଜାଣନ୍ତୁ କେଉଁକେଉଁ ବ୍ୟାଙ୍କ ଦେବ ଏହି ସେବା ।

ଫାଇଲ ଫଟୋ

By

Published : May 13, 2019, 8:47 AM IST

Updated : May 13, 2019, 10:42 AM IST

ଖରାଦିନେ ଛୁଟି କଟାଇବା ପାଇଁ ସମସ୍ତେ ଥଣ୍ଡାଥଣ୍ଡା ସ୍ଥାନ ବୁଲିବାକୁ ପ୍ଲାନ କରିଥାନ୍ତି । କିଛି ଲୋକଙ୍କ ପ୍ଲାନିଂ ପୁରା ହେଉଥିବା ବେଳେ ଆଉକିଛି ଲୋକ ଟଙ୍କା ଅଭାବରୁ ବୁଲିବାକୁ ଯାଇପାରନ୍ତିନି । ଯଦି ଆପଣ ସେହି ଲୋକଙ୍କ ମଧ୍ୟରୁ ଜଣେ ଯିଏ ଟଙ୍କା ଯୋଗୁଁ ବୁଲିବାକୁ ଯାଇ ପାରୁନାହାଁନ୍ତି ତେବେ ଆମେ ଆପଣଙ୍କୁ କିଛି ଏମିତି କିଛି ବ୍ୟାଙ୍କ ବିଷୟରେ କହିବୁ ଯେଉଁଠାରୁ ଆପଣ ଟଙ୍କା ନେଇ ବୁଲିବାକୁ ଯାଇପାରିବେ । ଏହି ଟଙ୍କାକୁ ଆପଣ ପରେ ଇଏମଆଇ ଦ୍ବାରା ସୁଝି ପାରିବେ ।

ତେବେ ଆପଣଙ୍କୁ କହି ରଖୁଛୁ ଯେ ଭାରତରେ ଟ୍ରାଭେଲିଂ ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ସେଥିପାଇଁ ଖୁବ ସହଜରେ ଆଜିକାଲି ଟ୍ରାଭେଲ ଲୋନ ମିଳିଯାଉଛି । ଟ୍ରାଭେଲ ଲୋନର ଦରଖାସ୍ତ ବିନା କୌଣସି ବିଳମ୍ବରେ କମ ସମୟ ଭିତରେ ପ୍ରୋସେସ ହୋଇଯାଉଛି । ନିକଟରେ ଡିଜିଟାଲ ଲିଡିଂ ପ୍ଲାଟଫର୍ମ ଇଣ୍ଡିଆ ରିପୋର୍ଟ ମୁତାବକ ଭାରତରେ ବୁଲିବା ପାଇଁ ଯୁବପିଢୀ ସବୁଠାରୁ ଅଧିକ ଲୋନ ନେଉଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ କିପରି ଆପଣଙ୍କୁ ଲୋନ ସହଜରେ ମିଳିବ...

ICICI BANK

ଆଇସିଆଇସିଆଇ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ହଲିଡେ ଡେସ୍ଟିନେସନ ଚୟନ କରିବା ପାଇଁ ପୁରା ସ୍ବତନ୍ତ୍ରତା ଦେଇଥାଏ । ଏହି ବାବଦରେ ପୁରା 20 ଲକ୍ଷ ପର୍ଯ୍ୟନ୍ତ ଲୋନ ଆପଣ ପାଇପାରିବେ । ଏହାସହ ଏହି ଲୋନ ପାଇଁ ଆପଣଙ୍କୁ କୌଣସି ସିକ୍ୟୁରିଟର ମଧ୍ୟ ଆବଶ୍ୟକତା ନାହିଁ । ଏହାର ଆବେଦନ ପ୍ରକ୍ରିୟା ଓ ପ୍ରୋସେସ ବହୁତ ସହଜ । ଏହାର ସୁଧ ହାର ରହିଛି 10.99 ପ୍ରତି ବର୍ଷ ।

PAYTM

ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପେଟିଏମଠାରୁ ଆପଣ ନେଇ ପାରିବେ ଋଣ । ଏଠାରେ ଇଏମଆଇ ଦ୍ବାରା ମିଳୁଥିବା ସୁଧ ହାର ଆପଣଙ୍କ କ୍ରେଡିଟ କାର୍ଡ ଉପରେ ନିର୍ଭର କରେ । ଯାହାର ରେଞ୍ଜ 13-17 ପ୍ରତିଶତ ରହିଛି ।

BAJAJ FINSERV

ବଜାଜ ଫିନ ସର୍ଭିସ ଦ୍ବାରା ଗ୍ରାହକ ଏକୁଟିଆ ଅବା ନିଜ ପରିବାର ସହ ଦେଶ ଓ ବିଦେଶରେ ହଲିଡେରେ ଯାଇପାରିବେ । ଏହି ଲୋନ ପାଇଁ ଆପଣଙ୍କୁ ମାତ୍ର 5 ମିନିଟରେ ଆପ୍ରୁଭାଲ ମିଳିଯିବ । ପାଖାପାଖି 25ଲକ୍ଷ ପର୍ଯ୍ୟନ୍ତ ଆପଣଙ୍କୁ ମିଳିପାରିବ ଲୋନ ଏବଂ ଏଥିରେ ସୁଧ ହାର ରହିଛି 12.99 ପ୍ରତିଶତ ।

AXIS BANK

ଆକ୍ସିସ ବ୍ୟାଙ୍କର ଲୋନର ସୀମା 50 ହାଜରଠୁ ନେଇ 15 ଲକ୍ଷ ପର୍ଯ୍ୟନ୍ତ । ଏହାର ସୁଧ ହାର 15.5ରୁ 24 ପ୍ରତିଶତ ରହିଛି । ଆକ୍ସିସ ବ୍ୟାଙ୍କର ଲୋନ ଅଲଗା ବ୍ୟାଙ୍କ ଅପେକ୍ଷା ଟିକିଏ ଖାସ ରହିଛି । କାରଣ ଏଠାରେ 2 ମାସର ଇଏମଆଇରେ ଦେଇଥାଏ ଛୁଟ ।

Last Updated : May 13, 2019, 10:42 AM IST

For All Latest Updates

ABOUT THE AUTHOR

...view details