ଓଡିଶା

odisha

ETV Bharat / bharat

ଭାରତୀୟ କ୍ଷେତ୍ରରେ ଅନୁପ୍ରବେଶକୁ ଖଣ୍ଡନ କଲା ଚୀନ - india china clash

ଅଗଷ୍ଟ 29-30 ରାତିରେ ଚୀନ ସୈନିକ ଭାରତୀୟ କ୍ଷେତ୍ରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଏହି ଘଟଣାକୁ ନେଇ ଚୀନର ବୈଦେଶିକ ମନ୍ତ୍ରଣାଳୟ ପ୍ରତିକ୍ରିୟା ଦେଇଛି। ଜାଣନ୍ତୁ ଚୀନ କଣ କହିଛି...

ଭାରତୀୟ କ୍ଷେତ୍ରରେ ଅନୁପ୍ରବେଶକୁ ଖଣ୍ଡନ କଲା ଚୀନ
ଭାରତୀୟ କ୍ଷେତ୍ରରେ ଅନୁପ୍ରବେଶକୁ ଖଣ୍ଡନ କଲା ଚୀନ

By

Published : Aug 31, 2020, 4:44 PM IST

ବେଜିଂ: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ ଏବଂ ଚୀନ ସୈନ୍ୟ ମଧ୍ୟରେ ହୋଇଥିବା ବିବାଦର ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ବିଭିନ୍ନ ସ୍ତରୀୟ ଆଲୋଚନା ଜାରି ରହିଛି । ଇତି ମଧ୍ୟରେ ଡ୍ରାଗନ ପୁଣିଥରେ ଭାରତୀୟ କ୍ଷେତ୍ରରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଛି । ଅଗଷ୍ଟ 29-30 ରାତିରେ ଚୀନ ସୈନିକ ଭାରତୀୟ କ୍ଷେତ୍ରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ହେଲେ ସତର୍କ ଥିବା ଭାରତୀୟ ଯବାନ ଚୀନ ସୈନିକଙ୍କୁ ଉଚିତ୍ ଜବାବ ଦେଇ ପଛକୁ ଘଉଡାଇ ଦେଇଛନ୍ତି। ତେବେ ଏହି ଘଟଣାକୁ ନେଇ ଚୀନର ବୈଦେଶିକ ମନ୍ତ୍ରଣାଳୟ ପ୍ରତିକ୍ରିୟା ଦେଇଛି। ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଅନୁପ୍ରବେଶ ଘଟଣାକୁ ଖଣ୍ଡନ କରାଯାଇଛି ।

ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୋମବାର ଏନେଇ ପ୍ରତିକ୍ରିୟା ଦିଆଯାଇଛି । ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜାନ କହିଛନ୍ତି, ଚୀନ ସୈନିକ ପ୍ରକୃତ ନିୟନ୍ତ୍ରଣ ରେଖାର ନିୟମ ସର୍ବଦା ପାଳନ କରିଛନ୍ତି । ସେମାନେ କେବେମଧ୍ୟ ସୀମାପାର କରିନାହାନ୍ତି । ସୀମା ବିବାଦକୁ ନେଇ ଉଭୟ ଦେଶର ସେନା ମଧ୍ୟରେ ଆଲୋଚନା ଜାରି ରହିଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୯-୩୦ ରାତିରେ ଚୀନ ସୈନ୍ୟ ରାଜିନାମାକୁ ଉଲ୍ଲଂଘନ କରି ପୂର୍ବ ଲଦାଖ ଗତିରୋଧ ସ୍ଥଳରେ ସ୍ଥିତାବସ୍ଥା ବଦଳାଇବାକୁ ଉଦ୍ୟମ କରିଥିଲେ। ଏବେ ଏହି ବିବାଦର ସମାଧାନ ଲାଗି ବୈଠକ ଜାରି ରହିଛି। ଦୁଇ ପକ୍ଷରୁ କମାଣ୍ଡରସ୍ତରୀୟ ବୈଠକ ଜରିଆରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି।

ABOUT THE AUTHOR

...view details