ଓଡିଶା

odisha

ETV Bharat / bharat

ଟ୍ରେନ 18 ପାଇଁ ଟ୍ରୋଲର ଶିକାର ରେଳମନ୍ତ୍ରୀ - Railway Minister

ବିରୋଧୀ ମନ୍ତବ୍ୟ ଦେଇଛନ୍ତି ଯେ ଲୋକଙ୍କୁ ଭୂଆଁ ବୁଲାଇବା ବିଜେପିର ଗୁଣ । କେତେଦିନ ଆଉ ଏପରି ଏହା ଚଳାଇବ । ସତ୍ୟ କଣ ତାହା ଜନତା କହିବେ ବୋଲି ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଖୁସବୁ ସୁନ୍ଦର କହିଛନ୍ତି ।

ଡିଜାଇନ ଫଟୋ

By

Published : Feb 13, 2019, 7:57 AM IST

ନୂଆଦିଲ୍ଲୀ: ଭାରତର ସବୁଠାରୁ ଦ୍ରୁତଗାମୀ ଟ୍ରେନ "ଟ୍ରେନ 18" ବା "ବନ୍ଦେ ଭାରତ ଏକ୍ସପ୍ରେସ"ର ଶୁଭାରମ୍ଭକୁ ଆଉ 3 ଦିନ ବାକି ରହିଛି । ଆସନ୍ତା ଫେବୃୟାରୀ 15 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଚଳାଚଳକୁ ଉଦଘାଟନ କରିବେ । ତେବେ ଏହା ଉପରେ ରବିବାର କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଏକ ଭିଡିଓ ସେୟାର କରିଥିଲେ । ଯାହା ପାଇଁ ସେ ଟ୍ୱିଟରରେ ପ୍ରବଳ ଟ୍ରୋଲର ଶିକାର ହୋଇଛନ୍ତି ।

ପିୟୁଷ ରବିବାର "ଟ୍ରେନ ୧୮" ଅତ୍ୟନ୍ତ ଦ୍ରୁତ ଗତିରେ ଦୌଡୁଥିବାର ଏକ ଭିଡିଓ ତାଙ୍କ ଟ୍ବିଟରରେ ପୋଷ୍ଟ କରିଥିଲେ । ଏଥିରେ ସେ ଲେଖିଥିଲେ, "ଏହା ଏକ ପକ୍ଷୀ…ଏହା ଏକ ବିମାନ…ଦେଖନ୍ତୁ, ଭାରତର ପ୍ରଥମ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ନିର୍ମାଣ କରାଯାଇଥିବା ସେମି ହାଇସ୍ପିଡ ଟ୍ରେନ, ବନ୍ଦେ ଭାରତ ଏକ୍ସପ୍ରେସ...କେମିତି ବିଜୁଳି ବେଗରେ ଯାତ୍ରା କରୁଛି ।"
ତେବେ ଏହି ଭିଡିଓକୁ ଦେଖିବା ପରେ ଗୋଏଲଙ୍କୁ ଟ୍ରୋଲ କରିଛନ୍ତି ଟ୍ବିଟର ବ୍ୟବହାରକାରୀ । ଟ୍ବିଟରରେ ଏହି ଭିଡିଓର ପ୍ରକୃତ ଭିଡିଓ ଛଡାଯାଇ ବିଜେପି ଓ ରେଳମନ୍ତ୍ରୀଙ୍କୁ ଟାର୍ଗେଟ କରାଯାଇଛି । ଏଥିରେ ଦେଖାଯାଇଛି ଯେ ଟ୍ରେନଟି ବିଜୁଳି ବେଗରେ ଯାତ୍ରା କରୁନାହିଁ । ବରଂ ଭିଡିଓରେ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ହୋଇଛି । ଏହାସହ "ଫାଷ୍ଟ ଫରୱାର୍ଡ" ମୋଡରେ ଏହି ଭିଡିଓର ସୁଟିଂ କରାଯାଇଛି । ଯାହା ଦେଖି ଲାଗୁଛି ଟ୍ରେନଟି ଦ୍ରୁତ ଗତିରେ ଯିବା ଭଳି । ଏପରିକି ଅନେକ ୟୁଜର୍ସ ଭିଡିଓର ଅସଲ ଚିତ୍ର ଗୋଏଲଙ୍କ ଟ୍ବିଟରେ ରିଟ୍ବିଟ କରି ଛାଡିଛନ୍ତି ।
ତେବେ କେବଳ ଲୋକ ନୁହନ୍ତି ଏହି ଅବସରରେ ବିରୋଧୀ ଦଳ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି । ବିରୋଧୀ ମନ୍ତବ୍ୟ ଦେଇଛନ୍ତି ଯେ ଲୋକଙ୍କୁ ଭୂଆଁ ବୁଲାଇବା ବିଜେପିର ଗୁଣ । କେତେଦିନ ଆଉ ଏପରି ଏହା ଚଳାଇବ । ସତ୍ୟ କଣ ତାହା ଜନତା କହିବେ ବୋଲି ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଖୁସବୁ ସୁନ୍ଦର କହିଛନ୍ତି । ଏପରିକି ଏହା ମୋଦି ସରକାରର ଆଉ ଏକ ମିଛ ବୋଲି କହି ଲୋକେ ଗୋଏଲଙ୍କୁ ଟ୍ରୋଲ କରିଛନ୍ତି ।

ଅସଲ ଭିଡିଓରେ ଟ୍ରେନଟି ସ୍ଲୋ ଅଛି । ଏହାର ସ୍ପିଡ ଶତାବ୍ଦୀଠାରୁ ସାମାନ୍ୟ ଅଧିକ ବୋଲି ଟ୍ବିଟର ବ୍ୟବହାରକାରୀ ଦର୍ଶାଇଛନ୍ତି । ଭିଡିଓ ମୋଡକୁ ସାମାନ୍ୟ ବଢାଇ ଲୋକଙ୍କୁ ମିଛ କହୁଛନ୍ତି ଗୋଏଲ ବୋଲି ଲେଖି ଟ୍ରୋଲ କରିଛନ୍ତି ଲୋକେ । ତେବେ ଏହାର ଜବାବ ଦେଇଛି ବିଜେପି । କିଛି ବିଜେପି କର୍ମୀ ଭିଡିଓର ସତ୍ୟତା ଉପରେ ପ୍ରଶ୍ନ ଉଠାଉଥିବା ବ୍ୟକ୍ତିଙ୍କୁ ଆସନ୍ତା ୧୫ ତାରିଖରେ ଶୁଭାରମ୍ଭ ପରେ ଟ୍ରେନରେ ଟିକେଟ କାଟି ଯାତ୍ରା କରିବାକୁ କହିଛନ୍ତି । ଏହାସହ ସେହି ସମୟରେ ଭିଡିଓର ସତ୍ୟତାକୁ ପରୀକ୍ଷା କରିବା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି ।

ABOUT THE AUTHOR

...view details