ଓଡିଶା

odisha

ETV Bharat / bharat

ଦିଲ୍ଲୀ ହିଂସା: ଦିଲବାର ନେଗି ହତ୍ୟା ମାମଲାରେ ଶାହନାୱାଜ ଗିରଫ, ଶାହାରୁଖର ପିସ୍ତଲ ଉଦ୍ଧାର - ଦିଲବାର ନେଗି ହତ୍ୟା ମାମଲାରେ ଶାହନାୱାଜ ଗିରଫ

ଉତ୍ତର ପୂର୍ବ ଦିଲ୍ଲୀ ଫେବୃଆରୀ 24 ଏବଂ 25 ରେ ହୋଇଥିବା ହିଂସା ଘଟଣାରେ ପୋଲିସ 683 ମାମଲା ରୁଜୁ କରିଛି। ଏହାସହ1983 ଲୋକଙ୍କୁ ଏହି ମାମଲାରେ ଗିରଫ କିମ୍ବା ଅଟକ ରଖାଯାଇଛି। ଏଥିସହ ଶାହରୁଖ ପଠାନ ହାବିଲଦାରଙ୍କୁ ସୂଚାଇ ଦେଇଥିବା ପିସ୍ତଲ ମଧ୍ୟ ଉଦ୍ଧାର କରାଯାଇଛି। ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Mar 7, 2020, 12:16 PM IST

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସା ସମୟରେ ମିଠା ଦୋକାନ କର୍ମଚାରୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଜଣେ 27 ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହା ବ୍ୟତୀତ କ୍ରାଇମ ବ୍ରାଞ୍ଚ ଏସଆଇଟି ପୋଲିସ ରିମାଣ୍ଡରେ ଥିବା ଶାହରୁଖଙ୍କ ଦ୍ବାରା ବ୍ୟବହୃତ ବେଆଇନ ପିସ୍ତଲକୁ ଉଦ୍ଧାର କରିଛି। ପୋଲିସ ସୂଚନା ଦେଇଛି ଯେ ଦିଲ୍ଲୀ ହିଂସା ମାମଲାରେ ପୋଲିସ ଏପର୍ଯ୍ୟନ୍ତ 683 ଟି ମାମଲା ରୁଜୁ କରିଥିବାବେଳେ 1983 ଲୋକଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି ।

ଶାହାରୁଖର ପିସ୍ତଲ ଉଦ୍ଧାର

ଏହି ସୂଚନା ଦେବାବେଳେ ପୋଲିସ କହିଛି ଯେ ଦିଲବର ସିଂ ନେଗିଙ୍କ ମୃତଦେହ 26 ଫେବୃଆରୀରେ ବ୍ରହ୍ମପୁରୀରୁ ମିଳିଥିଲା। ସେ ଉତ୍ତରପ୍ରଦେଶର ବାସିନ୍ଦା ଥିଲେ ଏବଂ ସେହି ଅଞ୍ଚଳରେ ଏକ ମିଠା ଦୋକାନରେ କାମ କରୁଥିଲେ | ହିଂସା ସମୟରେ ପଞ୍ଜୀକୃତ ହୋଇଥିବା ହତ୍ୟା ମାମଲାର ଅନୁସନ୍ଧାନ କରୁଥିବା କ୍ରାଇମବ୍ରାଞ୍ଚ ଦିଲବର ସିଂ ନେଗି ହତ୍ୟା ମାମଲାରେ ଶାହନାୱାଜଙ୍କୁ ଗିରଫ କରିଛି ଏବଂ ଅନ୍ୟ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି।

24-25 ଫେବୃଆରୀରେ ଉତ୍ତର ପୂର୍ବ ଦିଲ୍ଲୀ ଜିଲ୍ଲାରେ ହୋଇଥିବା ହିଂସା ଘଟଣାରେ ହାବିଲଦାର ଦୀପକ ଦାହିଆଙ୍କ ଉପରେ ଗୁଳି ଚଳାଇଥିବା ଶାହାରୁଖ ପଠାନଙ୍କଠାରୁ ପୋଲିସ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ପାଇଛି। ଶାହାରୁଖଙ୍କ ଠାରୁ ସୂଚନା ଅଧାରରେ ଏହି ଘଟଣାରେ ଶାହରୁଖଙ୍କ ଦ୍ବାରା ବ୍ୟବହୃତ ବେଆଇନ ପିସ୍ତଲକୁ କ୍ରାଇମବ୍ରାଞ୍ଚ ଏସଆଇଟି ଜବତ କରିଛି।

ସୂତ୍ର ଅନୁଯାୟୀ ଶୁକ୍ରବାର ଦିନ ଏହି ପିସ୍ତଲଟି ମିଳିଥିଲା, କିନ୍ତୁ ଘଟଣା ଦିନ ଶାହାରୁଖଙ୍କ ପାଖରେ ଥିବା 1ରୁ2 ଟି ଜୀବନ୍ତ ଗୁଳି ମିଳିପାରି ନାହିଁ । ଦିଲ୍ଲୀ ପୋଲିସ ମୁଖ୍ୟାଳୟ ପକ୍ଷରୁ ଦିଆଯାଇଥିବା ସରକାରୀ ବିବୃତ୍ତି ଅନୁଯାୟୀ, ଏପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ଅଧିନିୟମ ଅନୁଯାୟୀ 48 ଟି ମାମଲା ରୁଜୁ ହୋଇଛି।

ଶୁକ୍ରବାର ବିଳମ୍ବିତ ରାତିରେ ହିଂସା ଘଟଣାରେ ଗିରଫ ହୋଇଥିବା ଲୋକଙ୍କ ସଂଖ୍ୟା ଦିଲ୍ଲୀ ପୋଲିସ ମୁଖ୍ୟାଳୟ ଆନୁଷ୍ଠାନିକ ଭାବେ ପ୍ରକାଶ କରିଛି । ଏହାସହ ଏଫ୍ଆଇଆର୍ ବିଷୟରେ ବିସ୍ତୃତ ବିବରଣୀ ମଧ୍ୟ ଦେଇଛନ୍ତି । ଶାହରୁଖଙ୍କ ନିର୍ଦ୍ଦେଶରେ କ୍ରାଇମ ବ୍ରାଞ୍ଚର ଏସଆଇଟି ପିସ୍ତଲ ଉଦ୍ଧାର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details