ଓଡିଶା

odisha

ETV Bharat / bharat

ମହିଳାଙ୍କ ପାଇଁ ନିର୍ମାଣ ହେଲା ପିଙ୍କ ଟଏଲେଟ

ମହିଳାଙ୍କ ପାଇଁ ନିର୍ମାଣ ହେଲା ପିଙ୍କ ଟଏଲେଟ ଯୋଜନା । ହାଇଦ୍ରାବାଦ ମ୍ୟୁନସିପାଲଟି ପକ୍ଷରୁ ଆରମ୍ଭ ହେଲା ମାର୍ଟ ଆଣ୍ଡ ଲୁଜ ଯୋଜନା । ଏହି ଟଏଲେଟ ଇକୋ ଫ୍ରେଣ୍ଡଲି ।

By

Published : Feb 8, 2019, 9:28 AM IST

ଫଟୋ ସୌଜନ୍ୟ : ଏଏନଆଇ

ହାଇଦ୍ରାବାଦ: ଏବେ ଆଉ ଯାତ୍ରା ସମୟରେ ଅସୁବିଧାରେ ସମ୍ମୁଖିନ ହେବେନି ମହିଳା ଯାତ୍ରୀ । ହାଇଦ୍ରାବାଦ ମ୍ୟୁନସିପାଲଟି ପକ୍ଷରୁ ସି ମାର୍ଟ ଆଣ୍ଡ ଲୁଜ ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନାରେ ମହିଳାଙ୍କ ପାଇଁ ସ୍ବଚ୍ଛ ଏବଂ ସୁରକ୍ଷିତ ପିଙ୍କ ଟଏଲେଟ ନିର୍ମାଣ କରାଯାଇଛି ।

ଏହି ଟଏଲେଟ ଇକୋ ଫ୍ରେଣ୍ଡଲି ଏବଂ ଏଥିରେ ବ୍ୟବାହାର କରାଯାଉଥିବା ଜିନିଷ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ନିର୍ମାଣ କରାଯାଇଛି ।

ପିଙ୍କ୍ ଟଏଲେଟର ସୁରକ୍ଷା ପାଇଁ ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି । ମ୍ୟୁନସିପାଲଟି ୱେଷ୍ଟ ଜୋନ କମିଶନର ହରିଚନ୍ଦନଙ୍କ କହିବା ଅନୁସାରେ, ହାଇଦ୍ରାବାଦରେ ଥିବା ଅନ୍ୟ ଟଏଲେଟ ଗୁଡିକରେ ସାଧାରଣତଃ ପୁରୁଷ କର୍ମଚାରୀ ରହିଥାନ୍ତି। ତେଣୁ ମହିଳା ମାନେ ଏହି ଟଏଲେଟ ବ୍ୟବହାର କରନ୍ତି ନାହିଁ ବୋଲି ସୂଚନା ରହିଛି ।

ତେବେ ସରକାରଙ୍କ ଏହି ନୂଆ ଯୋଜନାକୁ ମହିଳାମାନେ ସୁରକ୍ଷିତ ଏବଂ ସୁବିଧାରେ ବ୍ୟବହାର କରିପାରିବେ । କାରଣ ଏହି ପିଙ୍କ୍ ଟଏଲେଟରେ ରହିବେ ମହିଳା କର୍ମଚାରୀ।


For All Latest Updates

ABOUT THE AUTHOR

...view details