ନୂଆଦିଲ୍ଲୀ : ଆଜି ସାଂସଦରେ ଜାତୀୟ ରାଜପଥ ନିର୍ମାଣ ନିର୍ମାଣ ଢାଞ୍ଚା ନେଇ ପ୍ରସଙ୍ଗ ଉପସ୍ଥାପନ କଲେ ବିଜେଡି ସାଂସଦ ପୀନାକି ମିଶ୍ର । ପୂର୍ବରୁ ନିଆଯାଇଥିବା 388 ରାସ୍ତା ନିର୍ମାଣ ପ୍ରକଳ୍ପ ପାଇଁ ନିଷ୍ପତ୍ତି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମାତ୍ର 55ଟି ପ୍ରକଳ୍ପ ସଫଳ ହୋଇଛି । ଏହା ଖୁବ ଲଜ୍ୟାର ବିଷୟ । ତେଣୁ ମନ୍ତ୍ରଣାଳୟ ଏନେଇ ଅଧିକ ଧ୍ୟାନ ଦେବା ଉଚିତ । ରାସ୍ତା ନିମନ୍ତେ ଚଳିତ ବଜେଟକୁ ମଧ୍ୟ ସମର୍ଥନ କରିବା ଉଚିତ । ଏହାସହ ନିଜ ନିର୍ବାଚନମଣ୍ଡଳୀ ପୁରୀ ପାଇଁ ମଧ୍ୟ ମନ୍ତ୍ରଣାଳୟ ଦୃଷ୍ଟି ଦେବେ ବୋଲି ମୋର ଆଶା ରହିଥିବା କହିଲେ ସାଂସଦ ।
ଗୃହରେ ଯମୁନା ଏକ୍ସପ୍ରେସ ୱେ ଦୁର୍ଘଟଣା ଉପରେ କହିଲେ ପିନାକୀ । ଗାଡି ଚାଳକ ଶୋଇ ପଡିବା ନେଇ ଘଟିଥିଲା ଦୁର୍ଘଟଣା । ହେଲେ ଯଦି ରାସ୍ତାରେ ରମ୍ବଲ୍ସ ରହିଥାନ୍ତା । ଚାଳକ ରାସ୍ତାରେ ଶୋଇବା ସମ୍ଭବ ହୋଇ ନଥାନ୍ତା କିମ୍ବା ଏତେ ବଡ ଦୁର୍ଘଟଣା ହୋଇ ନଥାନ୍ତା । କାରଣ ଆପଣ ଜାଣିଥିବେ ଆମେରିକା ରାସ୍ତାରେ ପ୍ରତିଟି ସ୍ଥାନରେ ରହିଛି ରମ୍ବଲ ଷ୍ଟ୍ରିପ । ରମ୍ବଲ ଷ୍ଟ୍ରିପ ଦୁର୍ଘଟଣାରୁ ଚାଳକକୁ ରକ୍ଷା କରିଥାଏ ।