ଓଡିଶା

odisha

ETV Bharat / bharat

ତିନି ମାସ ହେବ ଦରମା ମିଳିନାହିଁ: ଜେଟ ଏୟାରୱେଜ ଉପାଧ୍ୟକ୍ଷ - Pilots

ଦୀର୍ଘ 3 ମାସ ହେବ ଜେଟ ଏୟାରୱେଜର କର୍ମଚାରୀଙ୍କୁ ଠିକ ଭାବେ ଦରମା ନମିଳିଥିବା ଅଭିଯୋଗ। ଅଭିଯୋଗ କରିଛନ୍ତି ଜେଟ ଏୟାରୱେଜର ଉପାଧ୍ୟକ୍ଷ।

ଫଟୋ ସୌଜନ୍ୟ: ଏଏନଆଇ/ଟ୍ବିଟର

By

Published : Apr 15, 2019, 1:12 PM IST

ନୂଆଦିଲ୍ଲୀ: ସଙ୍କଟରେ ଜେଟ ଏୟାୱେଜର କର୍ମଚାରୀ। ତିନି ମାସ ହେବ ଜେଟ ଏୟାରୱେଜର କର୍ମଚାରୀଙ୍କୁ ଠିକ ଭାବେ ଦରମା ନମିଳିଥିବା ଅଭିଯୋଗ ଆସିଛି। ଏଭଳି ଅଭିଯୋଗ କରିଛନ୍ତି ଜେଟ ଏୟାରୱେଜର ଉପାଧ୍ୟକ୍ଷ କ୍ୟାପଟେନ ଅସୀମ ଭାଲିୟାନୀ।

କ୍ୟାପଟେନ ଅସୀମ କହିଛନ୍ତି, 'ଦୀର୍ଘ 3 ମାସ ହେବ କର୍ମଚାରୀଙ୍କୁ ଦରମା ମିଳୁନାହିଁ । 7ରୁ 8 ମାସ ଧରି ଦରମାକୁ ନେଇ ଦେଖାଦେଇଛି ଏହି ଅସୁବିଧା। ସରକାର ଆମକୁ ପ୍ରତିଶୃତି ଦେଇଥିଲେ ଯେ ସେ ଏସବିଆଇ ମାଧ୍ୟମରେ ଏହି ମାମଲାରେ ହସ୍ତକ୍ଷେପ କରିବ । ଆଉ ତୁରନ୍ତ ସମସ୍ୟାର କିଛି ସମାଧାନ କାଢିବେ। ସେହିପରି 20 ହଜାର ନିଯୁକ୍ତିକୁ ରକ୍ଷା କରିବା ନେଇ ସରକାର ଗମ୍ଭୀର ଅଛନ୍ତି । ଆଉ ଦରମା ନମିଳିଥିବା କର୍ମଚାରୀଙ୍କୁ ମୋଟ 1500 କୋଟି ଟଙ୍କା ଦିଆଯିବ ବୋଲି ସରକାର ପ୍ରତିଶୃତି ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସରକାର ଶୋଇଛି, ଆଉ ଆମକୁ ଦରମା ଦେଇନାହିଁ ।'

ABOUT THE AUTHOR

...view details