ଓଡିଶା

odisha

ETV Bharat / bharat

ସରକାରୀ ୱେବସାଇଟରୁ ହଟିଲା ମୋଦିଙ୍କ ଫଟୋ

ନିର୍ବାଚନ ଆଚରଣ ଲାଗୁ ହେବା ପରେ ସରକାରୀ ୱେବ ସାଇଟରୁ ମୋଦିଙ୍କ ଫଟୋ ହଟାଇ ଦିଆଯଇଛି। କିଛି ମନ୍ତ୍ରଣାଳୟ ନିୟମ ଖିଲାପ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

By

Published : Mar 13, 2019, 3:30 PM IST

Updated : Mar 16, 2019, 1:45 PM IST

ଫଟୋ ସୌଜନ୍ୟ: pmo india


ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବାଜିଲାଣି ବିଗୁଲ । ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ଏହାପରେ ଦଳୀୟ ପ୍ରଚାର ପାଇଁ ଲଗାଯାଇଥିବା ହୋର୍ଡିଂ ମଧ୍ୟ ହଟାଇ ଦିଆଯାଉଛି । ସେହି ପରିପ୍ରେକ୍ଷିରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସମେତ ଅନେକ ସରକାରୀ ୱେବ ସାଇଟରେ କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ହଟାଇ ଦିଆଯାଇଛି ।

ତେବେ ବର୍ତ୍ତମାନ ସୁଦ୍ଧା କେତେକ ମନ୍ତ୍ରାଳୟ ନିୟମକୁ ଖିଲାପ କରିଥିବା ଦେଖିବାକୁ ମିଳିଛି । ଆସନ୍ତା 11 ତାରିଖରୁ ସାରା ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ଏହି ନିୟମରେ ଉଲ୍ଲେଖ ଅଛି, ଉଭୟ ରାଜ୍ୟ ଓ କେନ୍ଦ୍ର ନିର୍ବାଚନୀ ପ୍ରଚାର ପାଇଁ ସରକାରୀ ପଦକୁ ବ୍ୟବହାର କରି ପାରିବେ ନାହିଁ । ଏପରିକି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତାମାନେ କୌଣସି ଯୋଜନାର ଘୋଷଣା କରି ପାରିବେ ନାହିଁ ।

ଏଥିପାଇଁ କ୍ୟାବିନେଟ୍ ସଚିବ ଓ ରାଜ୍ୟର ମୁଖ୍ୟ ସଚିବଙ୍କୁ ଏକ ପତ୍ର ମାଧ୍ୟରେ ଜଣାଇ ଦିଆଯାଇଥିଲା । ଏଥିସହ ସରକାରୀ ୱେବସାଇଟ୍‌ରେ ରାଜନୈତିକ ପଦାଧିକାରୀଙ୍କ ଫଟୋକୁ ହଟେଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେଥିପାଇଁ ପିଏମଓ ୱେବସାଇଟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ହଟାଇ ଦିଆଯାଇଛି । କିନ୍ତୁ ଆଇନ ମନ୍ତ୍ରାଳୟରେ ଫଟୋ ହଟା ଯାଇନଥିବା ଜଣାପଡିଛି ।

Last Updated : Mar 16, 2019, 1:45 PM IST

ABOUT THE AUTHOR

...view details