ନୂଆଦିଲ୍ଲୀ: ପୁଣି ତେଲ ଦରରେ ଲାଗିଲା ନିଆଁ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଘଟୁଥିଲେ ମଧ୍ୟ ଭାରତୀୟ ତୈଳ ବଜାରରେ କୌଣସି ପ୍ରଭାବ ପଡ଼ୁନଥିବା ଦେଖିବାକୁ ମିଳିଛି । ସୋମବାର ପେଟ୍ରୋଲ ଲିଟର ପିଛା ୩୩ ପଇସା ଓ ଡିଜେଲ ଦରରେ ୫୮ ପଇସା ବୃଦ୍ଧି ଘଟିଛି । ୧୬ ଦିନ ହେଲା ଲଗାତାର ତେଲ ଦର ବଢିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।
ପୁଣି ବଢିଲା ତୈଳଦର: ପେଟ୍ରୋଲ ୩୩ ଓ ଡିଜେଲ ୫୮ ପଇସା ବୃଦ୍ଧି
ଲଗାମଛଡା ତୈଳ ଦର । ପେଟ୍ରୋଲ ୩୩ ପଇସା ଓ ଡିଜେଲ ୫୮ ପଇସା ବୃଦ୍ଧି । 16 ଦିନରେ ପେଟ୍ରୋଲ ଲିଟର ପିଛା 8.03 ପଇସା ଏବଂ ଡିଜେଲ 9.46 ଟଙ୍କା ବୃଦ୍ଧି । ଅଧିକ ପଢନ୍ତୁ.....
ପୁଣି ବଢିଲା ତୈଳଦର,ପେଟ୍ରୋଲ ୩୩ ପଇସା ଓ ଡିଜେଲ ୫୮ ପଇସା ବୃଦ୍ଧି
ଗତ 16 ଦିନରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା 8.03 ପଇସା ଏବଂ ଡିଜେଲ 9.46 ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ 79.23 ରୁ ଲିଟର ପିଛା 79.56 ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଡିଜେଲ ଦର 78.27 ରୁ ଲିଟର 78.55 ଟଙ୍କାକୁ ବୃଦ୍ଧି କରାଯାଇଛି। ସେପଟେ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା 86.04 ରୁ 86.36 ଟଙ୍କା ବଢିଛି । ଡିଜେଲ ଦର 76.24 ରୁ ଲିଟରରେ 76.69 ଟଙ୍କା ବୃଦ୍ଧି ପାଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ