ନୂଆଦିଲ୍ଲୀ : ତୈଳ ଦରରେ ଲାଗୁନି ଲଗାମ । ଲଗାତାର ଭାବରେ ବଢି ଚାଲିଛି ତେଲ ଦର । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଘଟୁଥିଲେ ମଧ୍ୟ ଭାରତୀୟ ତୈଳ ବଜାରରେ କୌଣସି ପ୍ରଭାବ ପଡ଼ୁନଥିବା ଦେଖିବାକୁ ମିଳିଛି । ରବିବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୩୫ ପଇସା ଓ ଡିଜେଲ ୬୦ ପଇସାକୁ ବୃଦ୍ଧି ପାଇଛି । କ୍ରମାଗତ 15 ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରାଯାଇଛି ।
ବେଲଗାମ ତୈଳଦର: ପେଟ୍ରୋଲ 35, ଡିଜେଲ 60 ପଇସାକୁ ବୃଦ୍ଧି - ତୈଳ ଦରରେ ଲାଗୁନି ଲଗାମ
ତୈଳ ଦରରେ ଲାଗୁନି ଲଗାମ । ପେଟ୍ରୋଲ 35, ଡିଜେଲ 60 ପଇସାକୁ ବୃଦ୍ଧି। ଅଧିକ ପଢନ୍ତୁ...
ବେଲଗାମ ତୈଳଦର: ପେଟ୍ରୋଲ 35, ଡିଜେଲ 60 ପଇସାକୁ ବୃଦ୍ଧି
ତେବେ 14 ଦିନ ମଧ୍ୟରେ ପେଟ୍ରୋଲ 35 ପଇସା ଓ ଡିଜେଲ 60 ପଇସା ବୃଦ୍ଧି ପରେ ପେଟ୍ରୋଲ ମୂଲ୍ୟ 7.97 ଏବଂ ଡିଜେଲ ମୂଲ୍ୟ 8.88କୁ ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଦର 79ଟଙ୍କା 23 ପଇସା ରହିଥିବା ବେଳେ ଡିଜେଲ ଦର 78ଟଙ୍କା 27 ପଇସା ଛୁଇଁଛି ।