ଓଡିଶା

odisha

ETV Bharat / bharat

ପ୍ଲାଷ୍ଟିକରୁ ତେଲ ପ୍ରସ୍ତୁତ କରୁଛି ପେଟଲାଡ ପୌର ପରିଷଦ

ପ୍ଲାଷ୍ଟିକ ନାମକ ବିପଦରୁ ମୁକ୍ତି ପାଇବା ପାଇଁ ଅଣ୍ଟା ଭିଡିଛି ଗୁଜୁରାଟ ଆନନ୍ଦ ଜିଲ୍ଲାର ପେଟଲାଡ ପୌରପରିଷଦ । ସହରକୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପୌରପରିଷଦ ପ୍ଳାଷ୍ଟିକରୁ ତେଲ ପ୍ରସ୍ତୁତ କରିବା ନେଇ ଅଭିନବ ପ୍ରୟାସ କରିଛି । ଅଧିକ ପଢ଼ନ୍ତୁ...

By

Published : Dec 31, 2019, 8:03 AM IST

Updated : Dec 31, 2019, 8:35 AM IST

Petlad Municipality, Anand district in Gujurat, Petlad Municipality converting plastic waste into usable oil, plastic waste into usable oil, ପ୍ଲାଷ୍ଟିକରୁ ତେଲ ଉତ୍ପାଦନ, ପ୍ଲାଷ୍ଟିକ ବର୍ଯ୍ୟବସ୍ତୁ, ଗୁଜୁରାଟ ଆନନ୍ଦ ଜିଲ୍ଲାର ପେଟଲାଡ ପୌରପରିଷଦ
ପ୍ଲାଷ୍ଟିକରୁ ତେଲ ଉତ୍ପାଦନର ଅଭିନବ ଉପାୟ

ଗୁଜୁରାଟ: ଏଠାକାର ଆନନ୍ଦ ଜିଲ୍ଲାର ପେଟଲାଡ ପୌରପରିଷଦ ପ୍ଲାଷ୍ଟିକରୁ ମୁକ୍ତି ପାଇବା ପାଇଁ ନେଇଛି ଏକ ଅଭିନବ ପ୍ରୟାସ । ସିଙ୍ଗଲ ୟୁଜ ପ୍ଳାଷ୍ଟିକରୁ ତେଲ ପ୍ରସ୍ତୁତ କରିବା ନେଇ ଅଭିନବ । ଅତ୍ୟଧିକ ପ୍ଲାଷ୍ଟିକ ବର୍ଯ୍ୟବସ୍ତୁ ସୃଷ୍ଟି ହେବା ସାରା ବିଶ୍ବ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ କେବଳ 5 ପ୍ରତିଶତ ବର୍ଜ୍ୟବସ୍ତୁର ପୂନଃଚକ୍ରଣ ହୋଇ ପାରୁଛି । ଏଥିରୁ ଜଣା ପଡୁଛି ଯେ ପ୍ରତି ମୂହୁର୍ତ୍ତରେ ପ୍ଲାଷ୍ଟିକ ପୃଥିବୀ ପାଇଁ ଏକ ବିକଟ ସମସ୍ୟାରେ ପରିଣତ ହୋଇଛି ।

ପ୍ଲାଷ୍ଟିକରୁ ତେଲ ଉତ୍ପାଦନର ଅଭିନବ ଉପାୟ

ନିଜ ଜିଲ୍ଲାରେ ନିମ୍ନ ମାନର ପ୍ଲାଷ୍ଟିକ ବ୍ୟବହାରକୁ କମ କରିବା ପାଇଁ ପେଟଲାଡ ପୌରପରିଷଦ ଏକ ପ୍ରଚେଷ୍ଠା ଆରମ୍ଭ କରିଛି । ଏଥିପାଇଁ ପୌରପିଷଦର ସ୍ବୟଂ ସେବକ ମାନେ ପ୍ରତି ଘରକୁ ଯାଇ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରନ୍ତି । ଏହାପରେ ତାହାର ପୃଥକୀକରଣ କରାଯାଇଥାଏ ।

ପେଟଲାଡ ପୌରପରିଷଦର ଯେଉଁ ସ୍ଥାନରେ ପ୍ଲାଷ୍ଟିକ ସବୁ ଜମା କରାଯାଏ ସେଠାରେ ଏକ ପ୍ଲାଷ୍ଟିକ ପାଇରୋଲିସିସ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ଏହି ପ୍ଲାଣ୍ଟ ସାହାଯ୍ୟରେ ପ୍ଲାଷ୍ଟିକରୁ ବ୍ୟବହାର ଯୋଗ୍ୟ ତୈଳ ଉତ୍ପନ୍ନ କରାଯାଇଥାଏ । ପରବର୍ତ୍ତୀ ସମୟରେ ଏହି ତୈଳକୁ ଧିମା ଗତିର ଚାଲୁଥିବା ଇଞ୍ଜିନରେ ବ୍ୟବହୃତ ହେବା ସହ ଏହାକୁ ବିକ୍ରି ମଧ୍ୟ କରାଯାଇଥାଏ । ତେବେ ଯେତେବେଳେ ଏହି ପ୍ଲାଣ୍ଟଟିରେ ରକ୍ଷଣାବେକ୍ଷଣ ଚାଲିଥାଏ, ସଂଗୃହିତ ପ୍ଲାଷ୍ଟିକ ସବୁକୁ ଭିନ୍ନ ଏକ ଅନୁଷ୍ଠାନକୁ ହସ୍ତାନ୍ତର କରେ ପୌରପରିଷଦ । ବଦଳରେ ସେହି ଅନୁଷ୍ଠାନ ପେଟଲାଡ ପୌରପରିଷଦକୁ ବିଭିନ୍ନ ସାଜସଜ୍ଜା ସାମଗ୍ରୀ ତଥା ବଗିଚାରେ ବସିବା ପାଇଁ ଉପକରଣ ସବୁ ଦେଇଥାଏ ।

ପେଟଲାଡ ପୌରପରିଷଦ କେବଳ ଯେ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବାର ସଂକଳ୍ପ ନେଇଛି ତହା ନୁହେଁ, ସେହି ପ୍ଲାଷ୍ଟିକରୁ ସ୍ବଳ୍ପ ବ୍ୟୟରେ ଏକ ବ୍ୟବହାର ଯୋଗ୍ୟ ଉତ୍ପାଦ ମଧ୍ୟ ଉତ୍ପନ୍ନ କରି ପାରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 31, 2019, 8:35 AM IST

ABOUT THE AUTHOR

...view details