ନୂଆଦିଲ୍ଲୀ: ନିର୍ବାଚନୀ ବର୍ଷରେ ଏନଡିଏ ସରକାରଙ୍କ କାମଚଳା ବଜେଟକୁ ବିରୋଧ । ସଂସଦରେ ଉପସ୍ଥାପିତ ହୋଇଥିବା ଅନ୍ତରୀଣ ବଜେଟକୁ ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଛି ଯାଚିକା । ଶୁକ୍ରବାର ବଜେଟ ଉପସ୍ଥାପନର କେଇ ଘଣ୍ଟା ମଧ୍ୟରେ ସୁପ୍ରିମକୋର୍ଟରେ ଯାଚିକା ଦାୟର କରି ଏହାକୁ ନାକଚ କରିବାକୁ ଆବେଦନ କରାଯାଇଛି । ଦାୟର ହୋଇଥିବା ଏହି ଯାଚିକାରେ ଅନ୍ତରୀଣ ବଜେଟ ସମ୍ବିଧାନରେ କୌଣସି ପ୍ରାବଧାନ ନ ଥିବା ଅଭିଯୋଗ କରାଯାଇଛି ।
ଅଧିବକ୍ତା ମନୋହର ଲାଲ ଶର୍ମାଙ୍କ ଦ୍ବାରା ଦାୟର କରାଯାଇଥିବା ଯାଚିକାରେ କୁହାଯାଇଛି ଯେ, ସମ୍ବିଧାନ ଅନୁସାରେ କେବଳ ପୂର୍ଣ୍ଣ ବାର୍ଷିକ ବଜେଟ ଏବଂ ଲେଖାନୁଦାନ ଉପସ୍ଥାପନ କରିବାର ପ୍ରାବଧାନ ରହିଛି ।