ଓଡିଶା

odisha

ETV Bharat / bharat

ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିଲେନି ମନ୍ତ୍ରୀ, ମାମଲା ରୁଜୁ

ରାଜସ୍ଥାନର ପର୍ଯ୍ୟଟନ ମନ୍ତ୍ରୀ ବିଶ୍ୱନ୍ଦ୍ର ସିଂ ସର୍ବସାଧାରଣରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ସର୍ବାସାଧାରଣ ସ୍ଥାନରେ ମାସ୍କ ପିନ୍ଧିଲେନି ମନ୍ତ୍ରୀ
ସର୍ବାସାଧାରଣ ସ୍ଥାନରେ ମାସ୍କ ପିନ୍ଧିଲେନି ମନ୍ତ୍ରୀ

By

Published : May 14, 2020, 1:34 PM IST

ଜୟପୁର: ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ବିଶ୍ୱେନ୍ଦ୍ର ସିଂଙ୍କ ବିରୋଧରେ ରାଜସ୍ଥାନ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଅଶୋକ ଗେହଲଟ ସରକାରରେ ପର୍ଯ୍ୟଟନ ମନ୍ତ୍ରଣାଳୟର ଏକ ପୋର୍ଟଫୋଲିଓ ରହିଛି । ଏହି ଆବେଦନରେ ପର୍ଯ୍ୟଟନ ମନ୍ତ୍ରୀ ବିଶ୍ୱନ୍ଦ୍ର ସିଂ ସର୍ବସାଧାରଣରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗ ହୋଇଛି । ଆଡଭୋକେଟ ପୁନମ ଚନ୍ଦ ଭଣ୍ଡାରୀଙ୍କ ଦ୍ୱାରା ଏହି ଆବେଦନ ରାଜସ୍ଥାନ ହାଇକୋର୍ଟରେ ଦାଖଲ କରାଯାଇଛି ।

ଏହି ମାମଲାରେ ଆଡଭୋକେଟ ଭଣ୍ଡାରୀ ଦାଖଲ କରିଥିବା ଆବେଦନରେ ପର୍ଯ୍ୟଟନ ମନ୍ତ୍ରୀ ବିଶ୍ୱନ୍ଦ୍ର ସିଂଙ୍କ ବ୍ୟତୀତ ଷ୍ଟେଟ ଅଫ ରାଜସ୍ଥାନ, ରାଜସ୍ଥାନ ଡିଜିପି ଭୁପେନ୍ଦ୍ର ୟାଦବ, ଭରତପୁର ରେଞ୍ଜ, ଭରତପୁର ଡିଆଇଜି ଲକ୍ଷ୍ମଣ ଗୌଡ, ଭରତପୁର ଏସପି ହୈଦର ଅଲୀ ଜୈଦଙ୍କ ନାଁ ରହିଛି । ଆଡଭୋକେଟ ପୁନମ ଚାନ୍ଦ ଭଣ୍ଡାରୀଙ୍କ ଦ୍ବାରା ଦାଖଲ କରାଯାଇଥିବା ଆବେଦନ ଅନୁଯାୟୀ ସରକାରୀ ଆଦେଶରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଏବଂ ଏହା ନକରିବା ଏକ ଦଣ୍ଡନୀୟ ଅପରାଧ।

ଆଡଭୋକେଟ ପୁନମ ଭଣ୍ଡାରୀ ଅଭିଯୋଗ କରିଛନ୍ତି ଯେ, ପୋଲିସ ତାଙ୍କ ଏଫଆଇଆର ରେଜିଷ୍ଟ୍ରେସନ କରିନାହିଁ । ସେ ଅପରାଧିକ ପ୍ରକ୍ରିୟା ସଂହିତା ଧାରା 482 ଅନୁଯାୟୀ ଏକ ପିଟିସନ ଦାଖଲ କରିଛନ୍ତି। ପର୍ଯ୍ୟଟନ ମନ୍ତ୍ରୀ ବିଶ୍ୱେନ୍ଦ୍ର ସିଂଙ୍କ ବିରୋଧରେ ଅଭିଯୋଗ କରିବା ପରେ ସେ ଧମକପୂର୍ଣ୍ଣ ଫୋନ କଲ ପାଇଥିବା ଅଭିଯୋଗ କରିଛନ୍ତି ।

ABOUT THE AUTHOR

...view details