କୋଲକାତା: କୋଲକାତାସ୍ଥିତ ପାର୍କ ଷ୍ଟ୍ରିଟ ମେଟ୍ରୋ ଷ୍ଟେସନରେ ଘଟିଛି ଅଘଟଣ । ମେଟ୍ରୋ ଟ୍ରେନରେ ସାମାନ୍ୟ ଅବହେଳା ଯୋଗୁଁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଶନିବାର ସନ୍ଧ୍ୟା 6.40ରେ ଜଣେ ଯାତ୍ରୀଙ୍କ ହାତ ମେଟ୍ରୋର ଡୋରରେ ଫସିଗଲା ବୋଲି ତାଙ୍କର ମୃତ୍ୟୁ ଘଟିଛି । ମୃତକ ବ୍ୟକ୍ତି ସଜଲ କୁମାର (66) । ସେ ଦକ୍ଷିଣ କୋଲକାତାର କସ୍ବେର ବାସିନ୍ଦା ।
ଚଳନ୍ତା ମେଟ୍ରୋ ଟ୍ରେନରେ ଫସିଗଲା ହାତ, ଯାତ୍ରୀ ମୃତ - park street station
କୋଲକାତାସ୍ଥିତ ପାର୍କ ଷ୍ଟ୍ରିଟ ମେଟ୍ରୋ ଷ୍ଟେସନରେ ଘଟିଛି ଅଭାବନୀୟ ଘଟଣା । ମେଟ୍ରୋ ଟ୍ରେନଟି ଦମଦମଠାରୁ ଗିରିୟା ଅଭିମୁଖେ ଯାତ୍ରା କରୁଥିବାବେଳେ ଜଣେ ବୟସ୍କ ବ୍ୟକ୍ତିଙ୍କର ମେଟ୍ରୋ କବାଟରେ ହାତ ଫସିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ସୂଚନା ଅନୁସାରେ ମେଟ୍ରୋ ଟ୍ରେନଟି ଦମଦମଠାରୁ ଗିରିୟା ଅଭିମୁଖେ ଯାତ୍ରା କରୁଥିଲା । ଏହି ସମୟରେ ଜଣେ ବୟସ୍କ ବ୍ୟକ୍ତି ମେଟ୍ରୋରେ ଚଢୁଥିଲେ । ସେ ଚଢିବା ପୂର୍ବରୁ ଅଚାନକ ମେଟ୍ରୋର କବାଟ ବନ୍ଦ ହୋଇଗଲା । ଫଳରେ ତାଙ୍କ ହାତଟି ମେଟ୍ରୋରେ ଅଟକିଗଲା ଏବଂ ତାଙ୍କ ଶରୀରଟି ମେଟ୍ରୋ ବାହାରେ ରହିଗଲା । ଏପରି ଅବସ୍ଥାରେ ମେଟ୍ରୋ ଟ୍ରେନ ଛାଡିଦେଲା ଏବଂ ଉକ୍ତ ବୟସ୍କ ବ୍ୟକ୍ତି ଟାଣି ହୋଇ ବହୁ ବାଟ ପର୍ଯ୍ୟନ୍ତ ପଳାଇଥିଲେ । ଖବର ପାଇବା ମାତ୍ରେ ମେଟ୍ରୋ ଡ୍ରାଇଭର ଜରୁରୀକାଳୀନ ବ୍ରେକ ଲଗାଇଲେ । ଫଳରେ ଉକ୍ତ ଯାତ୍ରୀ ଟ୍ରାକ ତଳେ ପଡିଗଲେ ।
ତାଙ୍କୁ ତୁରନ୍ତ ମେଟ୍ରୋ ଅଧିକାରୀ ଡାକ୍ତରଖାନା ନେଇ ଭର୍ତ୍ତି କରାଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କଲେ । ସେପଟେ ସହରର ମେୟର ଫିରହାଦ ହକିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ କହିଲେ ମେଟ୍ରୋ ଅଧିକାରୀ କୋଲକାତା ମେଟ୍ରୋର ଜେନେରାଲ ମ୍ୟାନେଜରଙ୍କୁ ଘଟଣାର ଯାଞ୍ଚ କରିବା ଦାୟିତ୍ବ ଦେଇଛନ୍ତି ।