ଓଡିଶା

odisha

ETV Bharat / bharat

ଏପରି ଏକ ମନ୍ଦିର: ଯେଉଁଠି ଦେବତା ନୁହେଁ, ପୂଜା ପାଏ ଖବର କାଗଜ

ଛତିଶଗଡର ଧମତରୀ ଜିଲ୍ଲାରେ ଏକ ଅନନ୍ୟ ମନ୍ଦିର ରହିଛି । ଯେଉଁଠି ଠାକୁର ନୁହେଁ ଖବରକାଗଜ ପୂଜା ପାଆନ୍ତି । ତେବେ କାହିଁକି ଏଠାକାର ବାସିନ୍ଦା ଦେବାତାଙ୍କ ଭଳି ଖବରକାଗଜକୁ ପୂଜନ୍ତି ? କଣ ରହିଛି ଏହି କାଗଜର ବିଶେଷତ୍ବ ? ଜାଣନ୍ତୁ..

By

Published : Jul 27, 2019, 7:11 PM IST

Updated : Jul 27, 2019, 7:22 PM IST

ଡିଜାଇନ ଫଟୋ

ରାୟପୁର: ଛତିଶଗଡର ଧମତରୀ ଜିଲ୍ଲା । ଏଠାରେ ରହିଛି ଏପରି ଏକ ମନ୍ଦିର ଯେଉଁଠି ଭଗବାନ ନୁହେଁ ବରଂ ପୂଜା ପାଏ ଖବର କାଗଜ ଶୁଣିବାକୁ ଟିକେ ଅଜବ ଲାଗୁଥିବ । କିନ୍ତୁ ବାସ୍ତବରେ ଏହି ମନ୍ଦିରର ଆରଧ୍ୟ ଦେବତା ଗଣମାଧ୍ୟମର ପ୍ରଥମ ପାହାଚ ଖବରକାଗଜ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ନିଶ୍ଚିତ, ମନ୍ଦିରରେ ପୁଣି ଖବରକାଗଜ? ଏଥିରେ ଏପରି କଣ ରହିଛି ଯେ, ଏହାକୁ ଏଠାକାର ଲୋକ ପୂଜା କରନ୍ତି ।

ଆରଧ୍ୟ ଦେବତା ଖବରକାଗଜ

ଏହା ପଛରେ ରହିଛି ଏକ ଅନୋଖା ଇତିହାସ । ଏହି ଖବରକାଗଜ କୌଣସି ମାମୁଲି କାଗଜଟିଏ ନୁହେଁ । ଏହା ଭାରତ ଇତିହାସର ଅବିସ୍ମରଣୀୟ ଦିନ 1947 ଅଗଷ୍ଟ 15ର ଖବରକାଗଜ । ଏଥିରେ ଲେଖା ରହିଛି ଦେଶ ସ୍ବାଧିନ ପାଇଥିବାର ଖୁସି ଖବର । ଖବର ପ୍ରକାଶର ମାସେ ପରେ ବି ଏହାକୁ ପଢି, ଖୁସିରେ ନାଚିଥିଲେ ଏଠାକାର ଲୋକେ । ପ୍ରାଣପିଣ୍ଡରେ ବଞ୍ଚିବାର ଆଶା ସଂଚାର କରିଥିବା ଏହି କାଗଜଟିକୁ ସେବେଠୁ ଲୋକେ ଦେବ ଦୂତ ଭାବି ଯତ୍ନ ସହକାରେ ପୂଜା କରୁଛନ୍ତି ।


କେବଳ ପୂଜା ନୁହେଁ ଦେବାଳୟରେ ଯେଉଁଭଳି ସ୍ବତନ୍ତ୍ର ଦିନରେ ସେଲିବ୍ରେସନ ହୁଏ, ସେହିପରି ଏଠାରେ ମଧ୍ୟ ଅଗଷ୍ଟ 15 ଓ ଜାନୁଆରୀ 26ରେ ମେଳା ଲାଗେ । ଏହି ମନ୍ଦିର ଓ ଏହା ପଛର ଇତିହାସ ଖବରକାଗଜର ମହତ୍ବରୁ ପ୍ରତିପାଦନ କରୁଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Last Updated : Jul 27, 2019, 7:22 PM IST

ABOUT THE AUTHOR

...view details