ଓଡିଶା

odisha

ETV Bharat / bharat

ଦେବଭୂମିରେ ଜମୁଛି ଲୋଧେଶ୍ବର ମହାରାଜ ମେଳା

ଦେବଭୂମି ଉତ୍ତରାଖଣ୍ଡରେ ଲୋକ ସଂସ୍କୃତି ଓ ଐତିହାସିକ ଝଲକ । ପର୍ଯଟକଙ୍କୁ ଟାଣୁଛି ଲୋଧେଶ୍ବର ମହାରାଜ ମେଳା ।

By

Published : Aug 7, 2019, 6:27 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଡେରାଡୁନ: ଉତ୍ତରାଖଣ୍ଡର ନୌଗାଁରେ ଲୋଧେଶ୍ବର ମହାରାଜ ମେଳା ଆୟୋଜିତ ହୋଇଛି । ଏଥିରେ ସାମିଲ ହୋଇ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ସ୍ଥାନୀୟ ଲୋକଙ୍କ ସହ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଲୋଧେଶ୍ବର ମହାଦେବ ମେଳାରେ ପହଞ୍ଚି ଶ୍ରଦ୍ଧାଳୁ ଦେବ ଡୋଲିର ଆଶୀର୍ବାଦ ନେବା ସହ ଛଳେଶ୍ବର ମହାଦେବ, ବୌଖନାଗ, ରଘୁନାଥ, ଦଧେଶ୍ବର ମହାଦେବଙ୍କ ଦର୍ଶନ କରି ସୁଖମୟ ଜୀବନ ପାଇଁ ପ୍ରାର୍ଥନା କରିଥିଲେ । ଏହାପରେ ଭକ୍ତ ମାନେ ନିଜର ଆରାଧ୍ୟ ଦେବତା ଲୋଧେଶ୍ବର ମହାଦେବଙ୍କୁ ଗର୍ଭ ଗୃହରେ ବିରାଜ କରାଇଥିଲେ । ଏହାସହ ପାରମ୍ପାରିକ ପୋଷାକରେ ମହିଳା ଓ ପୁରୁଷ ମାନେ ସ୍ଥାନୀୟ ବାଦ୍ୟଯନ୍ତ୍ରର ତାଳେତାଳେ ତାନ୍ଦି ନୃତ୍ୟକରି ଉତ୍ସବ ପାଳିଥିଲେ ।

ତେବେ ଦେବଭୂମି ଉତ୍ତରାଖଣ୍ଡରେ ଏଭଳି ଅନେକ ମେଳା ଅଛି ଯେଉଁଠି ଲୋକ ସଂସ୍କୃତିର ଝଲକ ଦେଖିବାକୁ ମିଳିଥାଏ । ଯାହା ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରିଥାଏ ।

ABOUT THE AUTHOR

...view details