ଓଡିଶା

odisha

ETV Bharat / bharat

ଆଇସୋଲେସନ ସେଣ୍ଟର ପ୍ରସ୍ତୁତ କଲେ ଆପାର୍ଟମେଣ୍ଟବାସୀ - ଆଇସୋଲେସନ ସେଣ୍ଟର

ଦିଲ୍ଲୀ ସରକାର ବିଭିନ୍ନ ଆପାର୍ଟମେଣ୍ଟ ଏବଂ କଲୋନୀରେ ଆଇସୋଲେସନ ୱାର୍ଡ ବ୍ୟବସ୍ଥା କରୁଥିବା ବେଳେ ରୋହିଣୀ ସେକ୍ଟର-15 ମର୍ଡନ ଆପାର୍ଟମେଣ୍ଟ ଲୋକ ମିଶି ଏକ ଆଇସୋଲେସନ ସେଣ୍ଟର ପ୍ରସ୍ତୁତ କରିଛନ୍ତି ।

isolation ward
ଆଇସୋଲେସନ ସେଣ୍ଟର ପ୍ରସ୍ତୁତ କଲେ ଆପାର୍ଟମେଣ୍ଟବାସୀ

By

Published : Jun 24, 2020, 7:37 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି । ଯାହା ଦିଲ୍ଲୀ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହା ମଧ୍ୟରେ ଦିଲ୍ଲୀ ସରକାର ବିଭିନ୍ନ ଆପାର୍ଟମେଣ୍ଟ ଏବଂ କଲୋନୀରେ ଆଇସୋଲେସନ ୱାର୍ଡ ବ୍ୟବସ୍ଥା କରୁଥିବା ବେଳେ ରୋହିଣୀ ସେକ୍ଟର -15 ମର୍ଡନ ଆପାର୍ଟମେଣ୍ଟବାସୀ ମିଶି ଏକ ଆଇସୋଲେସନ ସେଣ୍ଟର ପ୍ରସ୍ତୁତ କରିଛନ୍ତି ।

ଏହି ଆଇସୋଲେସନ ସେଣ୍ଟର ଆପାର୍ଟମେଣ୍ଟର କମ୍ୟୁନିଟି ସେଣ୍ଟରରେ ପ୍ରସ୍ତୁତ କରାଯାଇଛି । ଏହି ସେଣ୍ଟରରେ ବର୍ତ୍ତମାନ 10ଟି ବେଡ୍ ରଖାଯାଇଛି । ତେବେ ସୋସାଇଟି ସଦସ୍ୟମାନେ ଟଙ୍କା ଆଦାୟ କରି ଏହି ଆଇସୋଲେସନ ୱାର୍ଡ ପ୍ରସ୍ତୁତ କରିଛନ୍ତି ।

ସୋସାଇଟିର ବାସିନ୍ଦା ରଜତ କପୁର କହିଛନ୍ତି, ମୁଁ ମର୍ଡନ ଆପାର୍ଟମେଣ୍ଟରେ ରୁହେ । ଆମମାନେ ନିଜ ସୋସାଇଟି ପାଇଁ ଆଇସୋଲେସନ ସେଣ୍ଟର ପ୍ରସ୍ତୁତ କରିଛୁ । ଯେଉଁଠାରେ ବେଡ୍, ଅକ୍ସିଜେନ ସିଲିଣ୍ଡର, ପିପିଇ କିଟ୍ ଇତ୍ୟାଦି ରଖାଯାଇଛି ।

ଏଥିସହ ସେ କହିଛନ୍ତି, ଏଥିପାଇଁ ସରକାରଙ୍କ ଠାରୁ କୌଣସି ସାହାର୍ଯ୍ୟ ନିଆଯାଇନାହିଁ । ସମସ୍ତେ ଟଙ୍କା ଏକତ୍ରିତ କରି ଏହି ବ୍ୟବସ୍ଥା କରିଛନ୍ତି । ଏଥିସହ ଏଠାକୁ ଡାକ୍ତରଙ୍କୁ ଅନ କଲ୍ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ABOUT THE AUTHOR

...view details