ଓଡିଶା

odisha

ETV Bharat / bharat

ଲକଡାଉନରେ ଭାଇରାଲ ହେଉଛି ଫନି ଭିଡିଓ - କୋରୋନା ଅପଡେଟ

ଯଦି ଆପଣ ବୋର ହେଉଛନ୍ତି ଏବଂ କିଛି କରିବାକୁ ନାହିଁ ତେବେ ଆପଣ ଏହିସବୁ ଉପାୟକୁ ଫଲୋ କରି ନିଜର ମନୋରଞ୍ଜନ କରିପାରିବେ । ଯେତେବେଳେ ଏହି କ୍ବାରେଣ୍ଟାଇନ ପିରିୟଡ ସରିଯିବ ସେତେବେଳେ ଆପଣ ଏହିସବୁ ଫନି ଭିଡିଓ ଦେଖି ମନ ହାଲକା କରିପାରିବେ । ଅଧିକ ପଢନ୍ତୁ...

ଲକଡାଉନରେ ଭାଇରାଲ ହେଉଛି ଫନି ଭିଡିଓ
ଲକଡାଉନରେ ଭାଇରାଲ ହେଉଛି ଫନି ଭିଡିଓ

By

Published : Apr 1, 2020, 8:26 PM IST

ହାଇଦ୍ରାବାଦ: ସାରା ବିଶ୍ବରେ ମହାମାରୀ କୋରୋନା ନିଜ ତାଣ୍ଡବ ରଚିବାରେ ଲାଗିଛି । ମୁକାବିଲା ପାଇଁ ଭାରତ ସମେତ ଅନେକ ଦେଶ ଲକଡାଉନ ଘୋଷଣା କରିଛନ୍ତି । ଲୋକେ ଘରେ ଏକପ୍ରକାର ନଜରବନ୍ଦୀ ଅଛନ୍ତି କହିଲେ ଭୁଲ ହେବନି । ସେହିପରି ଲକ୍ଷଣ ଦେଖାଦେଲେ ଅନେକ ଲୋକ ସେଲଫ କ୍ବାରେଣ୍ଟାଇନରେ ରହୁଛନ୍ତି । ତେବେ ଏହି ଲକଡାଉନ ଓ କ୍ବାରେଣ୍ଟାଇନ ବେଳେ କେବଳ ଗୋଟିଏ ଜାଗାରେ ସମସ୍ତେ ଆକ୍ଟିଭ ଅଛନ୍ତି । ଆଉ ତାହା ହେଉଛି ସୋସିଆଲ ମିଡିଆ ।

ଅଫିସ କିମ୍ବା କାମର ଚାପ ନାହିଁ । ପୁଣି କର୍ମବ୍ୟସ୍ତ ଜୀବନରେ ପରିବାରଲୋକଙ୍କ ସହ ହସଖୁସିରେ କଟୁଛି ସମୟ । ଏହାର ଫାଇଦା ଉଠାଇ ଲୋକେ ବିଭିନ୍ନ ପ୍ରକାର ମଜାଦାର ଓ କୌତୁକିଆ ଭିଡିଓ ବନାଉଛନ୍ତି । ଆଉ ଏହାକୁ ଫେସବୁକ, ଟ୍ବିଟର, ଇନଷ୍ଟାଗ୍ରାମରେ ପୋଷ୍ଟ କରିଦେଉଛନ୍ତି । ଯାହା ମଧ୍ୟ ଖୁବ ଭାଇରାଲ ହେଉଛି । ଲକଡାଉନରେ ବୋର ନହୋଇ ନିଜକୁ କିପରି ଏଣ୍ଟରଟେନମେଣ୍ଟ କରିବେ ତାହାର ତରିକା ଖୋଜିନେଇଛନ୍ତି କିଛି ଲୋକ । ସୋସିଆଲ ମିଡିଆରେ ବିଭିନ୍ନ ଭିଡିଓରେ ଅନେକ କ୍ରିଏଟିଭ କାମର ପୋଷ୍ଟ କରି ଲୋକଙ୍କୁ କିଛି ନୂଆ ଶିଖାଉଛନ୍ତି ।

ଯଦି ଆପଣ ବୋର ହେଉଛନ୍ତି ଏବଂ କିଛି କରିବାକୁ ନାହିଁ ତେବେ ଆପଣ ଏହିସବୁ ଉପାୟକୁ ଫଲୋ କରି ନିଜର ମନୋରଞ୍ଜନ କରିପାରିବେ । ଯେତେବେଳେ ଏହି କ୍ବାରେଣ୍ଟାଇନ ପିରିୟଡ ସରିଯିବ ସେତେବେଳେ ଆପଣ ଏହିସବୁ ଫନି ଭିଡିଓ ଦେଖି ମନ ହାଲକା କରିପାରିବେ । ଆସନ୍ତୁ ନଜର ପକାଇବା ଏହି ସମୟରେ ଲୋକେ କଣ କରୁଛନ୍ତି । କିଛି ଲୋକ ନିଜ ନିଜ ବାଲକୋନିରୁ ଛିଡା ହୋଇ ଅନ୍ତାକ୍ଷରୀ ଖେଳୁଛନ୍ତି । ବିଭିନ୍ନ ଫିଲ୍ମର ଗୀତ ଯେତେବେଳେ ସେମାନେ ଏକାଠି ଗାଉଛନ୍ତି ଶୁଣିବାକୁ ଖୁବ ଭଲ ଲାଗୁଛି ।

ସେହିପରି କିଛି ଲୋକ ଏହି ଭୂତାଣୁକୁ ନେଇ ମଜାଦାର ଡିସ ଓ ସ୍ନାକ୍ସ ପ୍ରସ୍ତୁତ କରୁଛନ୍ତି । ନୂଆ ନୂଆ ଖାନା ତିଆରିରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଏହା ଏକ କ୍ରିଏଟିଭିଟି ପାଲଟିଛି । ଭଜା, ପକୁଡି, ମିଠା ପ୍ରଭୃତିକୁ କୋରୋନା ଭାଇରସର ଲୁକ ଦେଇ ତିଆରି କରୁଛନ୍ତି ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଆଉ କିଛି ଲୋକ ଏହି ସମୟ ନିଜ ପୋଷା କୁକୁର କିମ୍ବା ବିଲେଇଙ୍କ ସହ କାଟୁଛନ୍ତି । ସେମାନଙ୍କ ସହ ସେଲ୍ଫି ନେବା ଓ ବିଭିନ୍ନ ଖେଳଣା ଦେଖାଇ ତାଙ୍କୁ ଡରାଇବା ସହ ଏହାର ମଜା ଉଠାଉଛନ୍ତି ।

କ୍ବାରେଣ୍ଟାଇନ ବେଳେ ଯାହା ଖୁବ ଭାଇରାଲ ହୋଇଛି ତାହା ହେଉଛି ମିମ୍ସ । ଲୋକେ ଭୂତାଣୁ ଓ ଲକଡାଉନକୁ ନେଇ ମିମ୍ସ ତିଆରି କରିଛନ୍ତି । ସେହିପରି ଏବେ ଭାଇରାଲ ହେଉଛି କ୍ବାରେଣ୍ଟାଇନ ଚ୍ୟାଲେଞ୍ଜ । କିଏ ଫଟୋ ଚ୍ୟାଲେଞ୍ଜ ତ କିଏ ଆଇକ୍ୟୁ ଟେଷ୍ଟ ଚ୍ୟାଲେଞ୍ଜ ଦେଉଛି । ଏହାସହ ଯାହାର ବର୍ଥ ଡେ ଆଗକୁ ଆସୁଛି ସେ ଲୋକଙ୍କୁ ଘରେ କିପରି ସେଲିବ୍ରେସନ କରିବ ତାହାର ଟିପ୍ସ ମାଗୁଛି । କିଏ ପିଲାଙ୍କ ସହ ଖେଳିବାର ଭିଡିଓ ବନାଇ ଛାଡୁଛି । ସେହିପରି ଟିକଟକ, ହାଲୋ ଭଳି ଆପରେ ଲୋକ ନିଜ ଗୀତ, ଡାନ୍ସ, ଆକ୍ଟିଂର ପ୍ରତିଭା ଦେଖାଉଛନ୍ତି ।

ସୌଜନ୍ୟ: ସୋସିଆଲ ମିଡିଆ

ABOUT THE AUTHOR

...view details