ନୂଆଦିଲ୍ଲୀ: ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଦିଲ୍ଲୀର ଶାହିନ ବାଗ ଅଞ୍ଚଳରେ ରବିବାର ସକାଳୁ ଜୋରଦାର ହଙ୍ଗାମା ହୋଇଛି । ନାଗରିକତା ସଂଶୋଧନ ଆଇନ୍(ସିଏଏ)ବିରୋଧରେ ଦୀର୍ଘଦିନରୁ ଏଠାରେ ପ୍ରଦର୍ଶନ ଜାରି ରହିଥିବାବେଳେ ଏବେ ଏହି ପ୍ରଦର୍ଶନକାରୀଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି ଲୋକେ । ସିଏଏ ବିରୋଧରେ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରୀଙ୍କୁ ସେଠାରୁ ହଟାଇବାକୁ ଦାବି କରିଛନ୍ତି ସେମାନେ ।
ଶାହିନ ବାଗ: ପ୍ରଦର୍ଶନକାରୀଙ୍କ ବିରୋଧରେ ପ୍ରଦର୍ଶନ - ପ୍ରଦର୍ଶନକାରୀଙ୍କ ବିରୋଧରେ ପ୍ରଦର୍ଶନ
ନାଗରିକତା ସଂଶୋଧନ ଆଇନ୍(ସିଏଏ)ବିରୋଧରେ ଦିଲ୍ଲୀର ଶାହିନ ବାଗ ଅଞ୍ଚଳରେ ଦୀର୍ଘଦିନରୁ ପ୍ରଦର୍ଶନ ଜାରି ରହିଥିବା ବେଳେ ଏବେ ଏହି ପ୍ରଦର୍ଶନକାରୀଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି ଲୋକେ । ଅଧିକ ପଢନ୍ତୁ...
ଶାହିନ ବାଗ
ସୂଚନା ମୁତାବକ, ସିଏଏ ଏବଂ ଏନଆରସି ବିରୋଧରେ ପ୍ରାୟ 50 ଦିନ ହେବ ଶାହିନ ବାଗରେ ପ୍ରଦର୍ଶନ ଜାରି ରହିଛି । ଯାହା ଫଳରେ ଆଖପାଖ ରାସ୍ତା ମଧ୍ୟ ବନ୍ଦ ରହୁଛି । ଯାହାକୁ ବିରୋଧ କରି ରବିବାର ବିଭିନ୍ନ ସଂଗଠନ ସହ ଜଡିତ ଲୋକ ଶାହିନ ବାଗ ପହଞ୍ଚି ପ୍ରଦର୍ଶନକାରୀଙ୍କୁ ହଟାଇବାକୁ ଦାବି କରିଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବାରୁ ସେମାନେ ନାରାବାଜି କରିବା ସହ ଧାରଣା ଦେଇଛନ୍ତି ।