ଓଡିଶା

odisha

ETV Bharat / bharat

ବଢିଲା ପ୍ରାଇଭେଟ ସେକ୍ଟର କର୍ମଚାରୀଙ୍କ ପେନସନ !

ନୂଆ ନିୟମରେ କର୍ମଚାରୀଙ୍କ ପେନସର ପୂର୍ବ ଅପେକ୍ଷା ଶହେ ଗୁଣ ବୃଦ୍ଧି ପାଇବା ନେଇ ଜଣାପଡିଛି। ସୋମବାର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ରାୟ ଶୁଣାଯାଇଛି ।

By

Published : Apr 2, 2019, 12:48 PM IST

ପ୍ରତିକାତ୍ମକ ଫଟୋ


ନୂଆଦିଲ୍ଲୀ: ପ୍ରାଇଭେଟ ସେକ୍ଟର କର୍ମଚାରୀଙ୍କ ପାଇଁ ଖୁସୀ ଖବର । ଏଣିକି ପେନସନ ବୃଦ୍ଧିର ବମ୍ପର ଖୁସୀ ନେଇ ଆସିଛି ନୂଆ ନିୟମ । ଏହି ନୂଆ ନିୟମରେ କର୍ମଚାରୀଙ୍କ ପେନସର ପୂର୍ବ ଅପେକ୍ଷା ଶହେ ଗୁଣ ବୃଦ୍ଧି ପାଇବା ନେଇ ଜଣାପଡିଛି। ସୋମବାର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ରାୟ ଶୁଣାଯାଇଛି ।

କେରଳ ହାଇକୋର୍ଟଙ୍କ ରାୟ ବିରୋଧରେ ଇପିଏଫଓ(EPFO)ର ଏକ ଯାଚିକା ଦାୟର କରାଯାଇଲା । ଯାହାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଖାରଜ କରାଯାଇଛି । କହିବାକୁ ଗଲେ, ହାଇକୋର୍ଟ ପକ୍ଷରୁ EPFOକୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ସେ ଅବସରପ୍ରାପ୍ତ ସମସ୍ତ କର୍ମଚାରୀଙ୍କ ପୂରା ଦରମାକୁ ବିଶ୍ଲେଷଣ କରି ସେମାନଙ୍କ ପେନସନ ଧାର୍ଯ୍ୟ କରାଯିବ ।

ତେବେ ବର୍ତମାନ EPFO ପନ୍ଦର ହଜାର ଟଙ୍କା ବେତନ ଥିବା କର୍ମଚାରୀଙ୍କୁ ଏହି ନିୟମରେ ସାମିଲ କରାଯାଇଛି । ଏହି ନିୟମରେ ପିଏଫ ଫଣ୍ଡରେ ହ୍ରାସ ପାଇବ । କାରଣ ଏହି ନୂଆ ନିୟମରେ, ଏବେ ଏହାର ଅଧିକାଂଶ ଭାଗ ପିଏଫ ସ୍ଥାନରେ ଇପିଏସ(EPS) ଫଣ୍ଡ ଖାତାକୁ ଯିବ । ହେଲେ ଏହି ନୂଆ ନିୟମରେ ପେନସନ ଏତେ ଅଧିକ ପରିମାଣରେ ବୃଦ୍ଧି ଘଟିବ ଯେ, ଯାହା ଏହି ଅବଧି ତାରତମ୍ୟକୁ ଭରଣ କରିବ ।

ତେବେ ପୂର୍ବରୁ ଏହି ନିୟମ ଥିବାବେଳେ 2014 ସେପ୍ଟମ୍ବର 1ରେ କାର୍ଯ୍ୟ ଆରମ୍ଭ କରିଥିବା କର୍ମଚାରୀମାନେ ସେମାନଙ୍କ ପୂରା ଦରମା ଉପରେ ପେନସନ ପାଇବାର ଲାଭ କର୍ମଚାରୀମାନେ ଉଠାଇ ପାରିବେ ।

ABOUT THE AUTHOR

...view details