ଓଡିଶା

odisha

ETV Bharat / bharat

ମେହବୁବାଙ୍କ ବୟାନକୁ ନେଇ ଆକ୍ରୋଶ, PDP କାର୍ଯ୍ୟାଳୟରେ ଯୁବଗୋଷ୍ଠୀଙ୍କ ଆକ୍ରମଣ - ମେହବୁବା ମୁଫ୍ତି ବୟାନ

ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କ ବିବାଦୀୟ ବୟାନ ପରେ ଦେଖିବାକୁ ମିଳିଛି ଆକ୍ରୋଶ । ମୁଫ୍ତିଙ୍କ ଏହି ବିବାଦୀୟ ବୟାନର ଦିନକ ପରେ ପିଡିପି କାର୍ଯ୍ୟାଳୟରେ ଆକ୍ରମଣ କରିଛନ୍ତି କେନ୍ଦ୍ରଶାସିତ ଅଞ୍ଚଳର ଯୁବକ । ଅଧିକ ପଢନ୍ତୁ...

ମେହବୁବାଙ୍କ ବୟାନକୁ ନେଇ ଆକ୍ରୋଶ, PDP କାର୍ଯ୍ୟାଳୟ ଉପରେ ଯୁବଗୋଷ୍ଠୀଙ୍କ ଆକ୍ରମଣ
ମେହବୁବାଙ୍କ ବୟାନକୁ ନେଇ ଆକ୍ରୋଶ, PDP କାର୍ଯ୍ୟାଳୟ ଉପରେ ଯୁବଗୋଷ୍ଠୀଙ୍କ ଆକ୍ରମଣ

By

Published : Oct 25, 2020, 9:21 PM IST

ଶ୍ରୀନଗର: ଭାରତର ଜାତୀୟ ପତାକାକୁ ନେଇ ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କ ବିବାଦୀୟ ବୟାନ ପରେ ଦେଖିବାକୁ ମିଳିଛି ଆକ୍ରୋଶ । ମୁଫ୍ତିଙ୍କ ଏହି ବିବାଦିନ ବୟାନର ଦିନକ ପରେ ପିଡିପି କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଛନ୍ତି କେନ୍ଦ୍ରଶାସିତ ଅଞ୍ଚଳର ଯୁବକମାନେ ।

ମେହବୁବାଙ୍କ ବୟାନକୁ ନେଇ ଏବେ ଜୋର ଧରିଛି ରାଜନୀତି । ତାଙ୍କ ବିରୋଧରେ କ୍ରମାଗତ ପ୍ରଦର୍ଶନ ମଧ୍ୟ ଜାରି ରହିଛି । ଏହି ମଧ୍ୟରେ ରବିବାର କେନ୍ଦ୍ରଶାସିତ ଅଞ୍ଚଳର ବହୁ ସଂଖ୍ୟକ ଯୁବକ ପିଡିପି କାର୍ଯ୍ୟାଳୟରେ ପହଞ୍ଚି ଏହା ଉପରେ ତ୍ରିରଙ୍ଗା ଉଡାଇବାକୁ ଚେଷ୍ଟା କରିଥିଲେ । ଏପରିସ୍ଥିତିରେ ପୋଲିସ ଏମାନଙ୍କୁ ରୋକିଥିଲା ।

ସମାଜସେବୀ ଅମନଦୀପଙ୍କ ନେତୃତ୍ବରେ ଯୁବକମାନେ ମେହବୁବାଙ୍କ ବିରୋଧରେ ନାରାବାଜି କରିଥିଲେ । ଏହାସହ କାର୍ଯ୍ୟାଳୟ ସମ୍ମୁଖରେ ବନ୍ଦେ ମାତରମର ଉଦଘୋଷ ମଧ୍ୟ ଶୁଣିବାକୁ ମିଳିଥିଲା । ଯୁବକମାନେ ଯେତେବେଳେ ତ୍ରିରଙ୍ଗା ଉଡାଇବାକୁ ଚେଷ୍ଟା କରିଥିଲେ ସେତେବେଳେ ସେଠାରେ ଉପସ୍ଥିତ ପୋଲିସକର୍ମୀ ସେମାଙ୍କୁ ଅଟକାଇବାକୁ କରିଥିଲେ ପ୍ରୟାସ । ବେଶ କିଛି ସମୟ ପ୍ରଦର୍ଶନକାରୀ ଯୁବକ ଓ ପୋଲିସ କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ପୋଲିସ ଅଧିକାରୀମାନେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଯୁବକମାନଙ୍କୁ ଘଉଡାଇଉବାକୁ ଚେଷ୍ଟା କରିଥିଲେ। ଘଟଣା ସମ୍ପର୍କରେ ଅମନଦୀପ ଗଣମାଧ୍ୟମକୁ କହିଛନ୍ତି ଯେ ଦକ୍ଷିଣପନ୍ଥୀ ଦଳ ସହ ଆମର କୌଣସି ସମ୍ପର୍କ ନାହିଁ। ଆମେ ଭାରତର ଜାତୀୟ ପତାକା ତ୍ରିରଙ୍ଗାର ଅପାନ ସହିପାରିବୁ ନାହିଁ ବୋଲି ସେ କହିଛନ୍ତି ।

ଶୁକ୍ରବାର ମେହବୁବା ଜାତୀୟ ପତାକାକୁ ନେଇ ବିବାଦିତ ବୟାନ ଦେଇଥିଲେ । ଜମ୍ମୁ ଓ କାଶ୍ମୀରର ପତାକା ପ୍ରତ୍ୟାହାର ନହେବା ଯାଏଁ ତ୍ରିରଙ୍ଗା ନଉଡାଇବାକୁ ଚେତାବନୀ ଦେଇଥିଲେ ମେହବୁବା । ଏହାସହ ଧାରା 370 ପୂନଃସ୍ଥାପନ ନହେଲେ କୌଣସି ନିର୍ବାଚନ ଲଢିବେ ନାହିଁ ବୋଲି ସଫାସଫା କହିଥିଲେ ମୁଫ୍ତି ।

ABOUT THE AUTHOR

...view details