ଓଡିଶା

odisha

ETV Bharat / bharat

ନାମାଙ୍କନ ଭରିଲେ ମେହବୁବା

ଏଥର ବି ଅନନ୍ତନାଗ ଲୋକସଭା ଆସନରୁ ପ୍ରାର୍ଥୀ ହେଲେ ମେହେବୁବା । ଦଳୀୟ ସମର୍ଥକଙ୍କ ସହ ଯାଇ ସେ ନାମାଙ୍କନ ଭରିଛନ୍ତି ।

By

Published : Apr 3, 2019, 3:24 PM IST

ଫଟୋ ସୌଜନ୍ୟ: ଏଏନଆଇ

ଶ୍ରୀନଗର: ପ୍ରାର୍ଥିପତ୍ର ଦାଖଲ କଲେ ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ଅନନ୍ତ ନାଗ ଲୋକସଭା ଆସନ ପାଇଁ ସେ ନାମାଙ୍କନ ଭରିଛନ୍ତି । ମେହବୁବାଙ୍କ ନାମାଙ୍କନ ବେଳେ ବହୁ ସମର୍ଥକ ଉପସ୍ଥିତ ଥିଲେ ।

ପିଡିପି ସଭାପତି ମେହବୁବା ମୁଫତି । 2014 ସାଧାରଣ ନିର୍ବାଚନରେ ମଧ୍ୟ ମେହବୁବା ଏହି ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ପାଇଁ 2016 ଏପ୍ରିଲ 4ରେ ସାଂସଦ ପଦରୁ ସେ ଇସ୍ତଫା ଦେଇଥିଲେ ।

ଅନ୍ୟପଟେ ଏହି ନିର୍ବାଚନରେ ସେହି ଗୋଟିଏ ଆସନ ହିଁ ପିଡିପିକୁ ମିଳିଥିଲା । ସବୁଦାୟ 6 ଆସନରୁ ସର୍ବାଧିକ 3 ଆସନ ପାଇଥିଲା ଭାରତୀୟ ଜନତା ପାର୍ଟି । ତେବେ କାଶ୍ମୀରରେ ବିଧାନସଭା ନିର୍ବାଚନ ହେଉନଥିବାରୁ ସାଧାରଣ ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି ।

ABOUT THE AUTHOR

...view details