ଓଡିଶା

odisha

ETV Bharat / bharat

ଫୋନରେ ଡାକ୍ତର ଦମ୍ପତିଙ୍କ କୋରୋନା ଚିକିତ୍ସା, 300ରୁ ଊର୍ଦ୍ଧ୍ବ ହେଲେ ସୁସ୍ଥ - doctor couple

ସାରାବିଶ୍ବର ବର୍ତ୍ତମାନ ଆତଙ୍କ ରଚାଇଛି ମହାମାରୀ କୋରୋନା । କିନ୍ତୁ ଏଭଳି ସ୍ଥିତିରେ ଫୋନ ମାଧ୍ୟମରେ କୋରୋନା ରୋଗୀଙ୍କ ଚିକିତ୍ସା କରି ଉଦାହରଣ ସାଜିଲେ ପାଟନାର ଜଣେ ଡାକ୍ତର ଦମ୍ପତି । ଏହି ସମୟ ମଧ୍ୟରେ ଡାକ୍ତର ଏବଂ ତାଙ୍କ ପୁଅ କୋରୋନାରେ ସଂକ୍ରମିତ ହୋଇଥିଲେ ମଧ୍ୟ ଫୋନରେ ଚିକିତ୍ସା କରି 300 କୋରୋନା ରୋଗୀଙ୍କୁ ସୁସ୍ଥ କଲେ ଏହି ଦମ୍ପତି । ଅଧିକ ପଢନ୍ତୁ...

କୋରୋନା ରୋଗୀଙ୍କୁ ଫୋନରେ ଚିକତ୍ସା କଲେ ଡାକ୍ତର ଦମ୍ପତି, 300ରୁ ଉର୍ଦ୍ଧ୍ବ ହେଲେ ସୁସ୍ଥ
କୋରୋନା ରୋଗୀଙ୍କୁ ଫୋନରେ ଚିକତ୍ସା କଲେ ଡାକ୍ତର ଦମ୍ପତି, 300ରୁ ଉର୍ଦ୍ଧ୍ବ ହେଲେ ସୁସ୍ଥ

By

Published : Aug 25, 2020, 3:53 PM IST

ପାଟନା: ସାରାବିଶ୍ବରେ ବର୍ତ୍ତମାନ ଆତଙ୍କ ରଚାଇଛି ମହାମାରୀ କୋରୋନା । ଏନେଇ ସମସ୍ତ ଭୟଭୀତ । କିନ୍ତୁ ଏଭଳି ସ୍ଥିତିରେ ଫୋନ ମାଧ୍ୟମରେ କୋରୋନା ରୋଗୀଙ୍କ ଚିକିତ୍ସା କରି ଉଦାହରଣ ସାଜିଲେ ପାଟନାର ଜଣେ ଡାକ୍ତର ଦମ୍ପତି । ବିହାରର ରାଜଧାନୀ ପାଟନାରେ ଡାକ୍ତରମାନେ କୋରୋନା ସଂକ୍ରମଣର ନାଁ ଶୁଣିଲେ ଚିକିତ୍ସାରୁ ଦୂରେଇ ରହୁଛନ୍ତି । କିନ୍ତୁ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ 300 କୋରୋନା ରୋଗୀଙ୍କ ଚିକିତ୍ସା କରି ସେମାନଙ୍କୁ ସଂକ୍ରମଣରୁ ମୁକ୍ତ କରିଥିଲେ ଏହି ଦମ୍ପତି । ତେବେ ଏହି ସମୟ ମଧ୍ୟରେ ଡାକ୍ତର ଏବଂ ତାଙ୍କ ପୁଅ ମଧ୍ୟ କୋରୋନାରେ ସଂକ୍ରମିତ ହୋଇଥିଲେ ମଧ୍ୟ ଡାକ୍ତର ଫୋନରେ ଚିକିତ୍ସା ଜାରି ରଖିଥିଲେ ।

ବିଶେଷ କଥା ହେଉଛି ଯେ, ଏହି କୋରୋନା ସଂକ୍ରମିତ ରୋଗୀ କୌଣସି ଡାକ୍ତରଖାନାରେ ନୁହେଁ, ବରଂ ହୋମ ଆଇସୋଲେସନରେ ରହି ସୁସ୍ଥ ହୋଇଥିଲେ । ସେହି ଦମ୍ପତି ହେଉଛନ୍ତି ପାଟନାର କଙ୍କାରବାଗରେ ଏକ ଡାଇଗ୍ନୋଷ୍ଟିକ୍ ସେଣ୍ଟର ଚଳାଉଥିବା ପ୍ରଭାତ ରଂଜନ ଏବଂ ତାଙ୍କ ପତ୍ନୀ ଡ. ରୂପମ । ଏହି ଡାକ୍ତର ଦମ୍ପତି ବିଭିନ୍ନ ଉତ୍ସରୁ ସୂଚନା ସଂଗ୍ରହ କରି ଶହ ଶହ ଜୀବନ ରକ୍ଷା କରିଥିଲେ । ଏକ ସମୟରେ ଯେତେବେଳେ ପାଟନାର ଡାକ୍ତର ଏବଂ ବେସରକାରୀ ଡାକ୍ତରଖାନାମାନେ କୋରୋନା ସଂକ୍ରମିତ ହୋଇଥିଲେ, ଏହି ଦମ୍ପତି ନିଜର ତଥା ପରିବାରର ଜୀବନକୁ ବିପଦରେ ପକାଇ ପୀଡିତମାନଙ୍କୁ ରାସ୍ତା କଡ଼ରେ ଚିକିତ୍ସା କରିଥିଲେ ।

ଡ. ପ୍ରଭାତ ସମସ୍ତଙ୍କୁ ଘରେ ସଂଗରୋଧରେ ରହିବାକୁ ପରାମର୍ଶ ଜାରି ରଖିଥିଲେ । ଫୋନର ହ୍ବାଟସ୍ ଆପ୍ ମେସେଜ୍, କଲ୍ ମାଧ୍ୟମରେ ସଂକ୍ରମିତ ଲୋକଙ୍କୁ ଚିକିତ୍ସା କରିଥିଲେ। ତେବେ ଏଥିରେ 99 ପ୍ରତିଶତ ରୋଗୀ ମଧ୍ୟ ସୁସ୍ଥ ହୋଇଥିଲେ । ବିହାରର ଆଇଏମଏ ପୂର୍ବତନ ସଭାପତି ଡ. ସାହାଜନନ୍ଦ କହିଛନ୍ତି ଯେ, ରୋଗୀଙ୍କୁ ଆରୋଗ୍ୟ କରିବାରେ ଅନୁଷ୍ଠାନ ଅପେକ୍ଷା ହୋମ ଆଇସୋଲେସନ ଅଧିକ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ସଂକ୍ରମିତ କୋରୋନାକୁ ଚିକିତ୍ସା କରୁଥିବା ଡାକ୍ତର ପ୍ରଭାତ ରଂଜନଙ୍କୁ ପ୍ରେରଣା ଉତ୍ସ ବୋଲି ସେ କହିଛନ୍ତି।

ABOUT THE AUTHOR

...view details