ଓଡିଶା

odisha

ETV Bharat / bharat

ବିହାରକୁ 364 ଭେଣ୍ଟିଲେଟର ଯୋଗାଇଲେ କେନ୍ଦ୍ର ସରକାର

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିହାର ସରକାରଙ୍କୁ ଆହୁରି 364 ଭେଣ୍ଟିଲେଟର ଯୋଗାଇଛନ୍ତି ।

_corona
ବିହାରଙ୍କୁ 364 ଭେଣ୍ଟିଲେଟର ଯୋଗାଇଲେ କେନ୍ଦ୍ର ସରକାର

By

Published : Jul 9, 2020, 1:50 PM IST

ପାଟନା: କୋରୋନାର ଭୟାବହତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିହାରକୁ ସାହାଯ୍ୟର ହାତ ବଢାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିହାର ସରକାରଙ୍କୁ ଆହୁରି 364 ଭେଣ୍ଟିଲେଟର ଯୋଗାଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଜ୍ୟ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ବିହାରରେ କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ପାଟନା, ଭାଗଲପୁର ସମେତ କିଛି ଜିଲ୍ଲାରେ ପୁଣି ଲକଡାଉନ ଲାଗୁ କରିବା ନିଷ୍ପତ୍ତି ନେବାପରେ ଚିକିତ୍ସା ଯୋଗାଣ ସମ୍ବନ୍ଧୀୟ ସୂଚନା ପାଇଁ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ତୁରନ୍ତ ସମୀକ୍ଷା ବୈଠକ କରିଛନ୍ତି ।

ଏହି ବୈଠକରେ ଚୌବେ ଏନ-95 ମାସ୍କ, ଭେଣ୍ଟିଲେଟର, ପିପିଇ କିଟ୍ ଏବଂ ହାଇଡ୍ରୋକ୍ସି କ୍ଲୋରୋକାଇନ୍ ଟାବଲେଟର ବର୍ତ୍ତମାନର ସ୍ଥିତି ଏବଂ ଯୋଗାଣ ବିଷୟରେ ପଚାରି ବୁଝିଥିଲେ । ଏହାପରେ କେନ୍ଦ୍ର ମନ୍ତ୍ରୀ ଆବଶ୍ୟକତା ଅନୁଯାୟୀ ଯୋଗାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିହାର ସରକାରଙ୍କୁ ଆହୁରି 364 ଭେଣ୍ଟିଲେଟର ଯୋଗାଇ ଦେଇଛନ୍ତି । ଏବେସୁଦ୍ଧା ବିହାରକୁ 6.77 ଲକ୍ଷ ଏନ-95 ମାସ୍କ, 4.70 ଲକ୍ଷ ପିପିଇ କିଟ୍, 29 ଲକ୍ଷ ହାଇଡ୍ରୋକ୍ସି କ୍ଲୋରୋକାଇନ୍ ଟାବଲେଟ୍ ଯୋଗାଇ ଦିଆଯାଇଛି । ଏଥିସହ ପାଟନା ଏମ୍ସ ମେଡିକାଲକୁ 30 ଭେଣ୍ଟିଲେଟର ଯୋଗାଇ ଦିଆଯାଇଛି ।

ପ୍ରକାଶ ଥାଉକି, ବର୍ତ୍ତମାନ ବିହାରରେ 13274 କୋରୋନା ଆକ୍ରାନ୍ତ ଥିବାବେଳେ 100 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ABOUT THE AUTHOR

...view details