ଲକ୍ଷ୍ମୌ:ରୋଗୀଙ୍କୁ ବିଷ ଇଞ୍ଜେକ୍ସନ ଦେବା ପାଇଁ ଦୁର୍ବୃତ୍ତଙ୍କ ଚାଲ୍ । ଡାକ୍ତର ବେଶରେ ପଶିଲେ ମେଡିକାଲରେ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତର ପ୍ରଦେଶର କାଶଗାଞ୍ଜରେ ଥିବା କ୍ରିଷ୍ଣା ହସପିଟାଲରେ । ପୋଲିସ ଏହି ଘଟଣାରେ 2 ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ବିଷ ଇଞ୍ଜେକ୍ସନ ଜବତ କରିଛି । ଅନ୍ୟ 3 ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ।
ରୋଗୀକୁ ବିଷ ଇଞ୍ଜେକ୍ସନ ଦେବାକୁ ଡାକ୍ତର ବେଶରେ ଆସିଲେ ଦୁର୍ବୃତ୍ତ, ଆଉ ତା ପରେ... - ରୋଗୀକୁ ବିଶ ଇନଜେକସନ ଦେବା ପାଇଁ ଆସିଥିଲେ ଦୁର୍ବୃତ୍ତ
ଡାକ୍ତର ବେଶରେ ଆଇସିୟୁରେ ଫିଲ୍ମ ଷ୍ଟାଇଲରେ କଲେ ଏଣ୍ଟ୍ରି । ରୋଗୀକୁ ବିଷ ଇଞ୍ଜେକ୍ସନ ଦେବା ପାଇଁ ଆସିଥିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ....
ସୂଚନା ଅନୁସାରେ ,ଗୋଟିଏ କାରରେ 5 ଜଣ ଦୁର୍ବୃତ୍ତ ଆସିଥିଲେ । ସେମାନଙ୍କ ମଧ୍ୟରୁ 2 ଜଣ ରୋଗୀର ସମ୍ପର୍କୀୟ ଭାବେ ଡାକ୍ତର ବେଶରେ ଆଇସିୟୁରେ ପଶି ଥିଲେ । ଆଇସିୟୁରେ ଚିକିତ୍ସିତ ହେଉଥିବା ବିଜେନ୍ଦ୍ର ନାମକ ରୋଗୀଙ୍କୁ ବିଷ ଇଞ୍ଜେକ୍ସନ ଦେବାକୁ ଉଦ୍ୟମ କରିଥିଲେ । ହେଲେ ସେହି ସମୟରେ ମେଡିକାଲ କର୍ତ୍ତୃପକ୍ଷ ଓ ରୋଗୀଙ୍କ ସମ୍ପର୍କୀୟ ଦୁହିଙ୍କୁ ଦେଖି କାବୁ କରିଥିଲା ବେଳେ ଅନ୍ୟ 3 ଖସି ଯାଇଥିଲେ । ଏନେଇ ମେଡିକାଲ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ ହୋଇଛି । ତେବେ, ଚିକିତ୍ସିତ ହେଉଥିବା ବିଜେନ୍ଦ୍ର ଗତ କିଛି ଦିନ ତଳେ ଛାତରୁ ପଡି ଗୁରୁତର ହୋଇ ପଡିଥିଲେ । ଫଳରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
TAGGED:
up krishna hospital case