ଓଡିଶା

odisha

ETV Bharat / bharat

ଆଇସୋଲେସନ ୱାର୍ଡରେ ପ୍ରଥମ କୋରୋନା ଭାଇରସ ଆକ୍ରାନ୍ତ - କୋରୋନା ଭାଇରସ ଆକ୍ରାନ୍ତ

ପୁରା ଦେଶକୁ ଘାରିଛି କୋରୋନା ଭାଇରସ ଭୟ । ଏହି ଭାଇରସର ଉତ୍ପତି ସ୍ଥଳ ଚୀନରେ ଏହାକୁ ନେଇ ହାହାକାର ପରିସ୍ଥିତି ଦେଖା ଦେଇଥିବା ବେଳେ ଅନ୍ୟ ଦେଶ ମାନେ ମଧ୍ୟ ଚିନ୍ତାରେ । ପଢନ୍ତୁ ଅଧିକ ଖବର...

ଆଇସୋଲେସନ ୱାର୍ଡରେ ପ୍ରଥମ କୋରୋନା ଭାଇରସ ଆକ୍ରାନ୍ତ
ଆଇସୋଲେସନ ୱାର୍ଡରେ ପ୍ରଥମ କୋରୋନା ଭାଇରସ ଆକ୍ରାନ୍ତ

By

Published : Jan 31, 2020, 3:57 AM IST

Updated : Jan 31, 2020, 4:07 AM IST

ଥ୍ରୀସୁର: ପୁରା ଦେଶକୁ ଘାରିଛି କୋରୋନା ଭାଇରସ ଭୟ । ଏହି ଭାଇରସର ଉତ୍ପତି ସ୍ଥଳ ଚୀନରେ ଏହାକୁ ନେଇ ହାହାକାର ପରିସ୍ଥିତି ଦେଖା ଦେଇଥିବା ବେଳେ ଅନ୍ୟ ଦେଶ ମାନେ ମଧ୍ୟ ଚିନ୍ତାରେ । କାରଣ ଏହି ମାରାତ୍ମକ ଭୂତାଣୁ ପ୍ରତି ଘଣ୍ଟାରେ ନେଇ ଚାଲିଛି ଜୀବନ । ତେବେ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା କେରଳ ଥ୍ରୀସୁର ଅଞ୍ଚଳର ଜଣେ ବିଦ୍ୟାର୍ଥୀଙ୍କୁ ଏବେ ଅବଜରଭେସନରେ ରଖାଯାଇଛି ।

ଆଇସୋଲେସନ ୱାର୍ଡରେ ପ୍ରଥମ କୋରୋନା ଭାଇରସ ଆକ୍ରାନ୍ତ

ସେପଟେ ରାଜ୍ୟର ସବୁ ସରକାରୀ ମେଡିକାଲରେ ଏହି ଭୂତାଣୁର ମୁକାବିଲା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି । ମେଡିକାଲ କଲେଜରେ ଏହି ଭୂତାଣୁର ଚିକିତ୍ସା ପାଇଁ ବିଭିନ୍ନ ପ୍ରକାରର ସୁରକ୍ଷା ଉପରେ ନଜର ରଖାଯାଉଛି ।

ସେପଟେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କେ.କେ ଶୈଳଜା ମଧ୍ୟ ସରକାରୀ ମେଡିକାଲରେ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 31, 2020, 4:07 AM IST

ABOUT THE AUTHOR

...view details