ଓଡିଶା

odisha

ETV Bharat / bharat

ନିର୍ଭୟା ଘଟଣା: ସବୁ ରାସ୍ତା ବନ୍ଦ, ଏଥର ଫାଶୀ ନିଶ୍ଚିତ

ନିର୍ଭୟା ଦୋଷୀଙ୍କୁ ପଟିଆଲ ହାଉସ କୋର୍ଟରୁ ମିଳିଛି ଶକ୍ତ ଝଟକା । ସମସ୍ତ ଦସ୍ତାବିଜ ଯୋଗାଇ ଦିଆଯାଇଛି, ଆଉ ଏହାକୁ ନେଇ କୌଣସି ନିର୍ଦ୍ଦେଶ ଦେବାର ଆବଶ୍ୟକତା ନାହିଁ । ସେପଟେ ନିର୍ଭୟା ଦୋଷୀ ଫାଶୀ ଦଣ୍ଡାଦେଷକୁ ଘୁଞ୍ଚାଇବା ପାଇଁ ଏଭଳି ଉଦ୍ୟମ କରୁଥିବା କୋର୍ଟକୁ ଜଣାଇଛି ତିହାର ଜେଲ ପ୍ରଶାସନ ।

Patiala House Court on Nirbhayaaya
ବନ୍ଦ ହେଲା ସବୁ ରାସ୍ତା, ଏଥର ନିଶ୍ଚିତ ଫାଶୀ

By

Published : Jan 25, 2020, 2:25 PM IST

ନୂଆଦିଲ୍ଲୀ: ଏଥର ନିଶ୍ଚୟ ଫାଶୀରେ ଝୁଲିବେ ନିର୍ଭୟା ଦୋଷୀ । ନା ଅଛି କ୍ଷମା, ନା ଆବେଦନର କୌଣସି ପ୍ରଶ୍ନ । ସମସ୍ତ ରାସ୍ତାକୁ ଏବେ ବନ୍ଦ କରି ଦେଇଛନ୍ତି ପଟିଆଲା ହାଉସ କୋର୍ଟ । ବହୁ ଚର୍ଚ୍ଚିତ ନିର୍ଭୟା କାଣ୍ଡର ଦୋଷୀଙ୍କ ଡେଥ ୱାରଣ୍ଟ ଜାରି ହେବା ପରଠୁ ବିଭିନ୍ନ ପ୍ରକାର ଆଳ ଦେଖାଇ ଆବେଦନ ପରେ ଆବେଦନ କରି ଚାଲିଥିଲେ ନିର୍ଭୟା ଦୋଷୀ । ଯାହାକୁ ନେଇ ଶନିବାର ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ପଟିଆଲା ହାଉସ କୋର୍ଟ । ଯେଉଁଥିରେ ଆଉ କୌଣସି ପୁଃନ ଆବେଦନର ଶୁଣାଣି କରିବେ ନାହିଁ ବୋଲି ରୋକଠୋକ ମନା କରିଦେଇଛନ୍ତି କୋର୍ଟ ।

କୋର୍ଟ ଯାଚିକାର ଶୁଣାଣି କରି କହିଛନ୍ତି ଯେ, ଏବେ କୌଣସି ନିର୍ଦ୍ଦେଶ ଦେବାର ଆବଶ୍ୟକତା ନାହିଁ । ଦୋଷୀଙ୍କ ଆବେଦନ ଅନୁଯାୟୀ, ତିହାର ଜେଲ ପ୍ରଶାସନ ପକ୍ଷରୁ ସମସ୍ତ ଦସ୍ତାବିଜ ଦିଆଯାଇଛି। ବର୍ତ୍ତମାନ ଆଉ କୌଣସି ଦସ୍ତାବିଜ ଦେବା ବାକି ନାହିଁ ବୋଲି କୋର୍ଟ ଜଣାଇ ଦେଇଛନ୍ତି । ନିର୍ଭୟା ଘଟଣାର ଅନ୍ୟତମ ଦୋଷୀ ବିନୟ ଜେଲ ରହି ଏକ ଡାଏରୀ ଲେଖି ଥିଲା। ଯାହାର ନାଁ ସେ ‘ଦରିନ୍ଦା’ ରଖିଥିଲା । ଏହା ସହ ତିହାର ଜେଲରେ ରହି ସେ ଏକ ଚିତ୍ର ଆଙ୍କି ଥିଲା ।

ତିହାର ଜେଲ କର୍ତ୍ତୃପକ୍ଷ ନିର୍ଭୟା ଦୋଷୀଙ୍କ ରାଜକ୍ଷମା ଆବେଦନ ପାଇଁ ଆବଶ୍ୟକ କାଗଜ ପତ୍ର ଦେବାରେ ବିଳମ୍ବ କରୁଥିବା ନେଇ ପଟିଆଲା ହାଉସ କୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ ନିର୍ଭୟା ଦୋଷୀଙ୍କ ଓକିଲ । ଯାହାର ଶୁଣାଣି କରି ପଟିଆଲା ହାଉସ କୋର୍ଟ ଶନିବାର ଏପରି ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ନିର୍ଭୟା ଘଟଣାର ଅନ୍ୟତମ ଦୋଷୀ ମୁକେଶର ରାଜକ୍ଷମା ଖାରଜ ହୋଇଥିବାବେଳେ, ଏଯାଏ ଅନ୍ୟ ତିନିଜଣ ଦୋଷୀ ଆବେଦନ କରିନାହାଁନ୍ତି ବୋଲି ଦୋଷୀଙ୍କ ଓକିଲ କହିଥିଲେ ।

ଚଳିତ ଜାନୁଆରୀ 17ରେ ପଟିଆଲା ହାଉସ କୋର୍ଟ ନିର୍ଭୟା କାଣ୍ଡର ସମ୍ପୃକ୍ତ 4 ଦୋଷୀଙ୍କ ଡେଥ ୱାରଣ୍ଟ ଜାରି କରିଥିଲେ । ଏହା ପରେ ଜାନୁଆରୀ 22 ତାରିଖରେ ସେମାନଙ୍କୁ ଫାଶୀ ଦେବାକୁ ପରୱାନା ଜାରି କରିଥିଲେ କୋର୍ଟ । ହେଲେ ଏହା ସମ୍ଭବ ନହେବାକୁ ଫେବୃୟାରୀ 1 ତାରିଖରେ ଫାଶୀ ଦିଆଯିବ । ସେହିପରି ଚଳିତ ମାସ 20 ତାରିଖରେ ସୁପ୍ରିମକୋର୍ଟ ଦୋଷୀ ପବନର ଆବେଦନକୁ ଖାରଜ କରିଛନ୍ତି । ଜଷ୍ଟିସ ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ସମୟରେ ପବନ ନାବାଳକ ଥିବା ନେଇ ଆବେଦନ କରିଥିଲା ।

ABOUT THE AUTHOR

...view details