ଓଡିଶା

odisha

ETV Bharat / bharat

କୋଚି-ଭୁବନେଶ୍ବର ବିମାନରେ ବୋମା ଆତଙ୍କ, ସନ୍ଦିଗ୍ଧ ଗିରଫ

ସନ୍ଧ୍ୟା 7ଟା 30 ମିନିଟରେ କୋଚିରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବାକୁ ଥିବା ଇଣ୍ଡିଗୋ 6E-582 ବିମାନରେ ଏହି ଘଟଣା ଘଟିଥିଲା । ଯେତେବେଳେ ସମସ୍ତ ଯାତ୍ରୀ ବିମାନରେ ଚଢିବାକୁ ଆରମ୍ଭ କରିଥିଲେ ସେହି ସମୟରେ ଏହି ଆତଙ୍କ ସୃଷ୍ଟି ହୋଇଥିଲା । ବିମାନରେ ଯାତ୍ରା କରିବାକୁ ଥିବା ଜଣେ ଯାତ୍ରୀ ବ୍ୟାଗ ଚେକିଂ ସମୟରେ ଏୟାରଲାଇନ ଷ୍ଟାଫ୍‌ଙ୍କୁ ବାରମ୍ବାର ପଚାରିଥିଲେ ତାଙ୍କ ବ୍ୟାଗରେ ବୋମା ଅଛି କି ।

ପ୍ରତୀକାତ୍ମକ ଫଟୋ

By

Published : Mar 7, 2019, 11:53 AM IST

ଚେନ୍ନାଇ: ବୋମା ଆତଙ୍କ ଯୋଗୁଁ କୋଚିରୁ ଭୁବନେଶ୍ବର ଆସିବାକୁ ଥିବା ଏକ ବିମାନର ଯାତ୍ରା ସମୟରେ ପରିବର୍ତ୍ତନ ହୋଇଛି । ପୋଲିସ ଅନୁସନ୍ଧାନ ପରେ ଏହା ମିଛ ବୋଲି ପ୍ରମାଣିତ ହେବା ପରେ ବିମାନଟି ଯାତ୍ରା ଆରମ୍ଭ କରିଥିଲା । ତେବେ ଆତଙ୍କ ସୃଷ୍ଟି କରିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି ।

ରିପୋର୍ଟ ଅନୁସାରେ ମଙ୍ଗଳବାର ଏହି ଘଟଣା ଚେନ୍ନାଇ ଏୟାରପୋର୍ଟରେ ଘଟିଛି । ସନ୍ଧ୍ୟା 7ଟା 30 ମିନିଟରେ କୋଚିରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବାକୁ ଥିବା ଇଣ୍ଡିଗୋ 6E-582 ବିମାନରେ ଏହି ଘଟଣା ଘଟିଥିଲା । ଯେତେବେଳେ ସମସ୍ତ ଯାତ୍ରୀ ବିମାନରେ ଚଢିବାକୁ ଆରମ୍ଭ କରିଥିଲେ ସେହି ସମୟରେ ଏହି ଆତଙ୍କ ସୃଷ୍ଟି ହୋଇଥିଲା । ବିମାନରେ ଯାତ୍ରା କରିବାକୁ ଥିବା ଜଣେ ଯାତ୍ରୀ ବ୍ୟାଗ ଚେକିଂ ସମୟରେ ଏୟାରଲାଇନ ଷ୍ଟାଫ୍‌ଙ୍କୁ ବାରମ୍ବାର ପଚାରିଥିଲେ ତାଙ୍କ ବ୍ୟାଗରେ ବୋମା ଅଛି କି । ଲଗାତାର ସେ ଏହି କଥା ପଚାରିବାରୁ ଏୟାରପୋର୍ଟ କର୍ମଚାରୀ କୌଣସି ବିପଦ ଆଶଙ୍କାରେ ପୋଲିସକୁ ଖବର ଦେଇଥିଲେ ।

ଏହାପରେ ଏକ କ୍ବିକ ରେସପନ୍ସ ଟିମ, ଡଗ ସ୍କ୍ବାଡ୍‌ ଏବଂ ବୋମା ନିରୋଧକ ଟିମ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାସହ ସେମାନେ ଉକ୍ତ ବ୍ୟକ୍ତିଙ୍କ ବ୍ୟାଗକୁ ଭଲ ଭାବେ ଯାଞ୍ଚ କରିବା ପରେ ଏହାକୁ ଏକ ମିଛ ଘଟଣା ବୋଲି ଘୋଷଣା କରିଥିଲେ । ପୋଲିସ ସେହି ଲୋକକୁ ନିଜ ହେପାଜତକୁ ନେଇଥିଲା । ପ୍ରାଥମିକ ତଦନ୍ତ ପରେ ଉକ୍ତ ବ୍ୟକ୍ତି କେରଳର ଏବଂ ତାଙ୍କ ନାମ ଆଲେକ୍ସ ମାଥ୍ୟୁ ବୋଲି ଜଣାପଡିଛି ।

ଏହି ଘଟଣା ପରେ ଆଲେକ୍ସଙ୍କୁ ବିମାନରେ ଯାତ୍ରା କରିବାକୁ ଦିଆଯାଇନଥିଲା । ତାଙ୍କୁ ଓହ୍ଲାଇ ଦିଆଯିବା ସହ ସ୍ଥାନୀୟ ପୋଲିସ ଆଲେକ୍ସକୁ ଗିରଫ କରିଥିଲା । ଆଲେକ୍ସର କୌଣସି ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ଅଛି କି ନାହିଁ ତାହାର ତଦନ୍ତ କରୁଛି ପୋଲିସ । ଏହାପରେ ବିମାନଟି ସାମାନ୍ୟ ବିଳମ୍ବରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ନିକଟରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିବାବେଳେ ଏହିପରି ଘଟଣାକୁ ଗୁରୁତ୍ବର ସହ ନେଇଛି ପୋଲିସ । ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ସମସ୍ତ ବିମାନ ବନ୍ଦର ହାଇ ଆଲର୍ଟରେ ରହିଛି ।

ABOUT THE AUTHOR

...view details