ଓଡିଶା

odisha

ETV Bharat / bharat

ମଣିଷ ନୁହେଁ ପକ୍ଷୀର ନିଶା ପାଇଁ ଚିନ୍ତାରେ ଚାଷୀ

ଆପଣ ମଣିଷଙ୍କ ନିଶା ଅଭ୍ୟାସ କଥା ଶୁଣିଥିବେ। ଆଉ ଏଥିପାଇଁ ହେଉଥିବା ଅସୁବିଧା ବିଷୟରେ ଅବଗତ ଥିବେ । ହେଲେ କେବେ ଶୁଣିଛନ୍ତି କି ପଶୁପକ୍ଷୀଙ୍କର ବି ନିଶାସେବନ ଅଭ୍ୟାସ ଥାଏ ବୋଲି। କେବେ ଶୁଣିନଥିବେ। ଏମିତି ନିଶା ଯେ ନିଜ ଜୀବନ ବାଜି ଲଗାଇବାକୁ ମଧ୍ୟ ସେମାନେ ପଛାଉ ନାହାଁନ୍ତି ।

By

Published : Feb 18, 2019, 3:59 PM IST

ଡିଜାଇନ ଫଟୋ

ଉଦୟପୁର: ଆପଣ ମଣିଷଙ୍କ ନିଶା ଅଭ୍ୟାସ କଥା ଶୁଣିଥିବେ। ଆଉ ଏଥିପାଇଁ ହେଉଥିବା ଅସୁବିଧା ବିଷୟରେ ଅବଗତ ଥିବେ । ହେଲେ କେବେ ଶୁଣିଛନ୍ତି କି ପଶୁପକ୍ଷୀଙ୍କର ବି ନିଶାସେବନ ଅଭ୍ୟାସ ଥାଏ ବୋଲି। କେବେ ଶୁଣିନଥିବେ। ଏମିତି ନିଶା ଯେ ନିଜ ଜୀବନ ବାଜି ଲଗାଇବାକୁ ମଧ୍ୟ ସେମାନେ ପଛାଉ ନାହାଁନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ। ପକ୍ଷୀଙ୍କର ଏହି ନିଶା ଏବେ ଚାଷୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

ରାଜସ୍ଥାନର ଉଦୟପୁରରେ ଅଫିମ ଉତ୍ପାଦନ କରୁଥିବା ଚାଷୀ ଏବେ ପଡିଛନ୍ତି ହରଡଘଣାରେ। କାରଣ କିଛି ଶୁଆ ପ୍ରତିଦିନ ଚାଷ ଜମିରେ ଆସି ଭିଡ ଜମାଉଛନ୍ତି। ଯେତେ ଯାହା କଲେ ବି କିଛି ଲାଭ ନାହିଁ। ପ୍ରଥମେ ଶୁଆ ଘଉଡାଇବା ପାଇଁ ଜାଲ ମଧ୍ୟ ପକାଇଥିଲେ ଚାଷ । ହେଲେ କିଛି ଲାଭ ନାହିଁ।

ଅଫିମ ଜମିରେ ଶୁଆ ଆସିବା କାରଣ ହେଉଛି ଜମିରେ ଲାଗିଥିବା ସୁନ୍ଦର ଫୁଲ ଗଛ। ବିଭିନ୍ନ ପ୍ରକାର ଫୁଲଦ୍ୱାରା ଆକର୍ଷିତ ହୋଇ ଆସୁଛନ୍ତି ଶୁଆ। ସକାଳ 5ଟାରୁ 7 ପର୍ଯ୍ୟନ୍ତ ଶୁଆଙ୍କର ଅଫିମ ଖାଇବା ପାଇଁ ଜମୁଛି ଭିଡ। ଅଫିମ ଖାଇବା ସହ ସାଥିରେ ମଧ୍ୟ ନେଉଥିବା କହିଛନ୍ତି ଚାଷୀ।

ତେବେ ଜାଲ ବସାଇବାରେ ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଶୁଆଙ୍କର ଏପରି ଉତ୍ପାତ ସହିପାରୁ ନାହାଁନ୍ତି ଚାଷୀ। ପୂର୍ବରୁ ଚାଷଜମିରେ ପଶି ଫସଲ ନଷ୍ଟ କରୁଥିଲେ ନୀଳଗାଇ। ଆଉ ବର୍ତ୍ତମାନ ଶୁଆ ଫସଲ ନଷ୍ଟ କରି ଚାଷୀଙ୍କୁ ଅଡୁଆରେ ପକାଉଛନ୍ତି।

For All Latest Updates

ABOUT THE AUTHOR

...view details