ଓଡିଶା

odisha

ଦିଲ୍ଲୀ କୃଷକ ଆନ୍ଦୋଳନ: ଅଧା ବାଟରେ ଆଉ ଏକ କୃଷକଙ୍କ ମୃତ୍ୟୁ

କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଜାରି ରହିଥିବା କୃଷକ ଆନ୍ଦୋଳନରେ ଆଉ ଜଣେ ଆନ୍ଦୋଳନକାରୀ କୃଷକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

By

Published : Jan 6, 2021, 7:54 PM IST

Published : Jan 6, 2021, 7:54 PM IST

ETV Bharat / bharat

ଦିଲ୍ଲୀ କୃଷକ ଆନ୍ଦୋଳନ: ଅଧା ବାଟରେ ଆଉ ଏକ କୃଷକଙ୍କ ମୃତ୍ୟୁ

panjab farmer returning from delhi dead on the way
ଦିଲ୍ଲୀ କୃଷକ ଆନ୍ଦୋଳନ: ଅଧା ବାଟରେ ଆଉ ଏକ କୃଷକଙ୍କ ମୃତ୍ୟୁ

ଚଣ୍ଡିଗଡ: କେନ୍ଦ୍ର କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଜାରି ରହିଛି କୃଷକ ଆନ୍ଦୋଳନ । ଶୀତ କାକରରେ ପଡି ରହି ନିଜ ଦାବିରେ ଅଟଳ ରହିଛନ୍ତି କୃଷକ । ଏହି ଆନ୍ଦୋଳନ ମଧ୍ୟରେ ଅନେକଙ୍କ ପ୍ରାଣ ମଧ୍ୟ ଗଲାଣି । ତେବେ ଆଜି(ବୁଧବାର) ପୁଣି ଏକ ଆନ୍ଦୋଳନକାରୀ କୃଷକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ପଞ୍ଜାବ ବରନାଲା ଜିଲ୍ଲା ଢିଲବାଂ ଗାଁର 50 ବର୍ଷୀୟ ନାଜର ସିଂହ । ଅସୁସ୍ଥତା କାରଣରୁ ସେ ନିଜ ଗାଁକୁ ଫେରୁଥିବା ସମୟରେ ଅଧା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ, ନାଜର ସିଂହ ଦୀର୍ଘ 22 ଦିନ ଧରି ଦିଲ୍ଲୀ ବର୍ଡର ନିକଟରେ ଚାଲୁଥିବା କୃଷକ ଆନ୍ଦୋଳନରେ ସାମିଲ ହୋଇଥିଲେ । ମାତ୍ର ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଏଣୁ ନାଜର ନିଜ ଗାଁକୁ ଫେରୁଥିଲେ । ହେଲେ ଗାଁରେ ପହଞ୍ଚିବା ପୂର୍ବରୁ ହିଁ ସେ ଆଖି ବୁଜିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details