ଓଡିଶା

odisha

By

Published : Sep 10, 2020, 6:50 PM IST

ETV Bharat / bharat

କୋରୋନା ହେଲା କାଳ: ରୋଜଗାର ହରାଇ ଆତ୍ମହତ୍ୟା କଲେ ନବବିବାହିତ ଦମ୍ପତ୍ତି

କୋରୋନା ମହାମାରୀ ଯୋଗୁଁ ଲଗାତାର ଜାରି ହୋଇଥିବା ଲକଡାଉନରେ ଲୋକଙ୍କ ଜନଜୀବନ ଏକ ପ୍ରକାର ଠପ ହୋଇ ଯାଇଛି । ଚାକିରୀ ଓ ରୋଜଗାର ହରାଇଥିବା କୋଟି କୋଟି ଲୋକ ହତାଶ ହୋଇଯାଇଛନ୍ତି । ଆଉ ଏଥିରେ ହତାଶ ହୋଇ ପ୍ରାଣ ହରାଇଛନ୍ତି ପାନିପତର ଏକ ନବବିବାହିତ ଦମ୍ପତ୍ତି । ଅଧିକ ପଢନ୍ତୁ...

କୋରୋନା ହେଲା କାଳ, କାମ ହରାଇ ଆତ୍ମହତ୍ୟା କଲେ ନବ ଦମ୍ପତ୍ତି
କୋରୋନା ହେଲା କାଳ, କାମ ହରାଇ ଆତ୍ମହତ୍ୟା କଲେ ନବ ଦମ୍ପତ୍ତି

ଚଣ୍ଡିଗଡ଼: କୋରୋନା ମହାମାରୀ ଯୋଗୁଁ ଲଗାତାର ଜାରି ହୋଇଥିବା ଲକଡାଉନରେ ଲୋକଙ୍କ ଜନଜୀବନ ଏକ ପ୍ରକାର ଠପ ହୋଇଯାଇଛି । ଆଉ ଏଥିରେ ଦୋହଲି ଯାଇଛି ବିଶ୍ବର ଅର୍ଥନୀତି । କୋଟି କୋଟି ଲୋକ ରୋଜଗାର ହରାଇଛନ୍ତି । ଅନେକ ଲୋକଙ୍କ ଚାକିରୀ ଚାଲିଯାଇଛି । ଲକଡାଉନ୍ କଟକଣା ଉଠିବା ପରେ ମଧ୍ୟ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିନାହିଁ । ଚାକିରୀ ଓ ରୋଜଗାର ହରାଇଥିବା କୋଟି କୋଟି ଲୋକ ହତାଶ ହୋଇଯାଇଛନ୍ତି । ଆଉ ଏଥିରେ ହତାଶ ହୋଇ ପ୍ରାଣ ହରାଇଛନ୍ତି ପାନିପତର ଏକ ନବବିବାହିତ ଦମ୍ପତ୍ତି ।

ଏହି ଘଟଣା ଘଟିଛି ହରିୟାଣା ପାନିପତ ଜିଲ୍ଲା ରାଜନଗର ଅଞ୍ଚଳରେ । ଏଠାରେ ରହୁଥିବା ଜଣେ ୨୮ ବର୍ଷ ବୟସ୍କ ଆବେଦ ଚଳିତ ବର୍ଷ ଅଗଷ୍ଟ ୧୦ ତାରିଖରେ ବିକାଶ ନଗରସ୍ଥିତ ନଜମାଙ୍କୁ ବିବାହ କରିଥିଲେ । ସେ ୱେଲଡିଂ କାମ କରନ୍ତି । କିନ୍ତୁ କୋରୋନା ଲକଡାଉନ୍ ଯୋଗୁଁ ସେ ରୋଜଗାର ହରାଇଥିଲେ । ଅନଲକ୍ ପରେ ମଧ୍ୟ ତାଙ୍କୁ କିଛି କାମ ମିଳିନଥିଲା । କାମ ଖୋଜିବାକୁ ସେ ପ୍ରତିଦିନ ସକାଳୁ ବାହାରୁଥିଲେ ଓ ସନ୍ଧ୍ୟାରେ ଘରକୁ ଫେରୁଥିଲେ । ଏହାକୁ ନେଇ ପତି-ପତ୍ନୀଙ୍କ ମଧ୍ୟରେ ଝଗଡା ହେଉଥିଲା । ଶେଷର ଉଭୟ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜେନେରାଲ ହସ୍ପିଟାଲକୁ ପଠାଇଥିଲା । ପରେ ଉଭୟ ମୃତଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି ପୋଲିସ । ପରିବାର ଲୋକେ କହିଛନ୍ତି ଯେ, ରୋଜଗାର ହରାଇବା ପରେ ସେମାନେ ବହୁତ ଚିନ୍ତିତ ରହୁଥିଲେ ।

ABOUT THE AUTHOR

...view details