ଓଡିଶା

odisha

ETV Bharat / bharat

ପାଲଘର ହିଂସା ମାମଲାରେ ଆଇନଜୀବୀଙ୍କ ମୃତ୍ୟୁ ଘଟଣା: ତଦନ୍ତ ଦାବି କଲେ ସମ୍ବିତ ପାତ୍ର - ମହାରାଷ୍ଟ୍ର ପାଲଘର ଓକିଲ ମୃତ୍ୟୁ ଘଟଣା

ଗତ ବୁଧବାର ପାଲଘର ହିଂସା ମାମଲା ଲଢୁଥିବା ଦିଗବିଜୟ ତ୍ରିବେଦୀଙ୍କ ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ଦୁର୍ଘଟଣା ଘଟିଥିଲା । ତେବେ ଦିଗବିଜୟ ତ୍ରିବେଦୀଙ୍କ ମୃତ୍ୟୁକୁ ନେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ପ୍ରଶ୍ନ ଉଠାଇବା ସହ ତଦନ୍ତ ଦାବି କରିଛନ୍ତି।

palghar moblyching
ମହାରାଷ୍ଟ୍ର ପାଲଘର ଓକିଲ ମୃତ୍ୟୁ ଘଟଣାର ତଦନ୍ତ ଦାବି କଲେ ସମ୍ବିତ ପାତ୍ର

By

Published : May 15, 2020, 9:32 AM IST

ମୁମ୍ବାଇ: ମହାରାଷ୍ଟ୍ର ପାଲଘର ହିଂସା ଓ ଦୁଇ ସାଧୁଙ୍କ ହତ୍ୟା ଘଟଣାରେ ମାମଲା ଲଢୁଥିବା ଆଇନଜୀବୀଙ୍କ ସହଯୋଗୀ ଦିଗବିଜୟ ତ୍ରିବେଦୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଗତ ବୁଧବାର ଦିଗବିଜୟ ତ୍ରିବେଦୀ ନିଜ କାର ଯୋଗେ କୋରେଟକୁ ଯାଉଥିବା ସମୟରେ ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଦିଗବିଜୟ ତ୍ରିବେଦୀଙ୍କ ମୃତ୍ୟୁକୁ ନେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ପ୍ରଶ୍ନ ଉଠାଇବା ସହ ତଦନ୍ତ ଦାବି କରିଛନ୍ତି।

ସେ ଟ୍ବିଟ୍ କରି କହିଛନ୍ତି ଯେ, ‘ପାଲଘର ସାଧୁଙ୍କ ହତ୍ୟା ଘଟଣାରେ ଆଇନଜୀବୀ ଦିଗବିଜୟ ତ୍ରିବେଦୀଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଏହି ଖବର ବିଚଳିତ କରିଲା ପରି ଅଟେ । ଏଥିସହ କହିଛନ୍ତି ଯେ, କ’ଣ ଏହା କେବଳ ଏକ ସଂକେତ ଅଟେ ଯେ, ଯେଉଁମାନେ ପାଲଘର ମାମଲା ଉଠାଇଛନ୍ତି ସେମାନଙ୍କୁ କଂଗ୍ରେସ କର୍ମୀମାନେ ଆକ୍ରମଣ କରିଥିଲେ କିମ୍ବା ସେମାନଙ୍କ ନାମରେ ମାମଲା ରୁଜୁ କରିଥିଲେ । ଘଟଣାର ଯାଞ୍ଚ ହେବା ଆବଶ୍ୟକ ।’

ସେହିପରି ବିଜେପି ସାଂସଦ ବିନୟ ସହସ୍ତ୍ରବୃଦ୍ଧେ ମଧ୍ୟ ଘଟଣାର ତଦନ୍ତ ଦାବି କରିଛନ୍ତି। ଏଥିସହ ସେ ଟ୍ବିଟ କରି କହିଛନ୍ତି, ‘ଏହା ଆଶ୍ଚର୍ଯ୍ୟଜନକ ଅଟେ ଏବଂ ଏହାର ତଦନ୍ତ କରାଯିବା ଉଚିତ । ମୁଁ ମହାରାଷ୍ଟ୍ର ଡିଜିପି ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବାକୁ ଦାବି କରୁଛି।’

ଏଥିସହ ସାଧୁଙ୍କ ଓକିଲ ପିଏନ୍ ଓଝା କହିଛନ୍ତି ଯେ, ଦିଗବିଜୟ ତ୍ରିବେଦୀ ତାଙ୍କର ଜୁନିୟର ଥିଲେ । ଦିଗବିଜୟ ଆନୁଷ୍ଠାନିକ ଭାବେ ମାମଲାର ପ୍ରତିନିଧିତ୍ୱ କରୁନଥିଲେ । କିନ୍ତୁ ଗତ ବୁଧବାର ସେ ମାମଲାରେ ଜଡ଼ିତ ହେବାକୁ କୋର୍ଟ ଆସୁଥିଲେ। ଏଥିସହ ସେ କହିଛନ୍ତି, ଦିଗବିଜୟ ତ୍ରିବେଦୀ ଭିଏଚପି କିମ୍ବା ବିଜେପି ସହ ଜଡିତ ନଥିଲେ।

ସେ ଆହୁରି କହିଛନ୍ତି ଯେ, ଏହି ଦୁର୍ଘଟଣା ବିଷୟରେ ମୁଁ କିଛି କହିପାରିବି ନାହିଁ । ସେ ଜଣେ ମୋର ଜୁନିଅର ଓକିଲ ଥିଲେ ଏବଂ ମୋ ଠାରୁ କିଛି ଶିଖିବାକୁ ଚାହୁଁଥିଲେ । ସେଥିପାଇଁ ମୁଁ ତାଙ୍କୁ ମୋ ଅଧୀନରେ ଏହି ମାମଲାରେ ସାମିଲ ହେବାକୁ ଅନୁମତି ଦେଇଥିଲି । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଆରଟିଓ ରିପୋର୍ଟ ଆସିବା ପରେ ଜଣାପଡିବ ।

ପ୍ରକାଶ ଥାଉକି, ଗତ ବୁଧବାର ଓକିଲ ଦିଗବିଜୟ ନିଜେ କାର ଚଲାଉଥିଲେ । ହଠାତ୍ ସେ ନିୟନ୍ତ୍ରଣ ହରାଇ ଗାଡିଟିକୁ ଏକ ଡିଭାଇଡରରେ ପିଟି ଦେଇଥିଲେ । ଫଳରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ କାରରେ ଥିବା ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ABOUT THE AUTHOR

...view details