ଓଡିଶା

odisha

ETV Bharat / bharat

ପାକିସ୍ତାନ ରେଡିଓରେ କାଶ୍ମୀର ପାଣିପାଗ ଖବର - କାଶ୍ମୀର ପାଣିପାଗ ଖବର

ଗତ ରବିବାର ପାକିସ୍ତାନର ଏକ ସରକାରୀ ରେଡିଓ ଚ୍ୟାନେଲ ଜାମ୍ମୁ କାଶ୍ମୀରର ପାଣିପାଗ ଅପଡେଟ୍ ଖବର ପ୍ରସାରଣ କରିଛି।

radio
ପାକିସ୍ତାନ ରେଡିଓରେ କାଶ୍ମୀର ପାଣିପାଗ ଖବର

By

Published : May 11, 2020, 8:31 AM IST

ଇସଲାମବାଦ: ପାକିସ୍ତାନ ରେଡିଓ ଚ୍ୟାନେଲରେ ଜାମ୍ମୁ କାଶ୍ମୀର ପାଣିପାଗ ଖବର । ଗତ ରବିବାର ପାକିସ୍ତାନର ଏକ ସରକାରୀ ରେଡିଓ ଚ୍ୟାନେଲ ଜାମ୍ମୁ କାଶ୍ମୀରର ପାଣିପାଗ ଅପଡେଟ୍ ଖବର ପ୍ରସାରଣ କରିଛି।

ଭାରତ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ପାଣିପାଗ ଖବର ପ୍ରସାରଣ କରିବାର ଗୋଟିଏ ଦିନ ପରେ ପାକିସ୍ତାନର ଏହି ପ୍ରସାରଣ କରିଥିଲା । ରବିବାର ପାକିସ୍ତାନର ରେଡିଓ ନିଜର ଏକ ରିପୋର୍ଟରେ କହିଥିଲେ ଯେ, ଏକ ରିପୋର୍ଟରେ କହିଛି ଯେ ଜାମ୍ମୁ କାଶ୍ମୀରରେ ପାଗ ମେଘୁଆ ରହିପାରେ ଏବଂ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଏହି ରିପୋର୍ଟ ଶ୍ରୀନଗର, ପୁଲୱାମା, ଜାମ୍ମୁ ଏବଂ ଲଦାଖର ସର୍ବନିମ୍ନ ଏବଂ ସର୍ବାଧିକ ତାପମାତ୍ରା ବିଷୟରେ ମଧ୍ୟ ସୂଚନା ଦେଇଥିଲା। ସେହିପରି ପାକିସ୍ତାନର ଏକ ସରକାରୀ ଟିଭି ଚ୍ୟାନେଲ ମଧ୍ୟ କାଶ୍ମୀରର ଖବର ମଧ୍ୟ ପ୍ରସାରଣ କରନ୍ତି ଏବଂ ଘାଟି ସହ ଜଡିତ ସ୍ପେସିଆଲ ବୁଲେଟିନ ମଧ୍ୟ ପ୍ରସାରଣ କରନ୍ତି।

ଏପଟେ ଗତ ଶୁକ୍ରବାର ପାକିସ୍ତାନ ଭାରତର ମିରପୁର, ମୁଜାଫରବାଦ ଏବଂ ଗିଲଗିଟ-ବାଲ୍ଟିସ୍ତାନର ପାଣିପାଗ ରିପୋର୍ଟ ପ୍ରସାରିତ କରିଥିବା କଥାକୁ ପ୍ରତ୍ୟାଖ୍ୟାନ କରିଛି । ଏଥିସହ ପାକିସ୍ତାନ କହିଛି , ଏହି ପଦକ୍ଷେପ ବେଆଇନ ଅଟେ ଏବଂ ଏହାଦ୍ବାରା ସମଗ୍ର ଅଞ୍ଚଳର ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ ।

ଏପଟେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଏହି ପଦକ୍ଷେପ(ପାଣିପାଗ ଖବର) ଗତ ବର୍ଷ ପ୍ରକାଶିତ ଏକ ରାଜନୈତିକ ମାନଚିତ୍ର ସହିତ ସମାନ। ଏଥିସହ ପାକିସ୍ତାନ ମନ୍ତ୍ରଣାଳୟ କହିଛି ଯେ, ଏହି ପଦକ୍ଷେପ ବେଆଇନ ଅଟେ । ସେହିପରି ପାକିସ୍ତାନ ପକ୍ଷରୁ ଏହାକୁ ଜାତିସଂଘ ସୁରକ୍ଷା ପରିଷଦର ନିଷ୍ପତ୍ତିକୁ ଉଲ୍ଲଂଘନ ବୋଲି କୁହାଯାଇଛି ।

ପ୍ରକାଶ ଥାଉକି, ଗତ ବର୍ଷ ଭାରତ ଏକ ନକ୍ସା ଜାରି କରି ପିଓକେକୁ ଜାମ୍ମୁ କାଶ୍ମୀରର ଏକ ଅଂଶ କହିଥିଲା । ଏଥିସହ ଗିଲଗିଟ-ବାଲ୍ଟିସ୍ତାନକୁ ଲଦାଖର ଏକ ଅଂଶ କହିଥିଲା । ଯାହାକୁ ନେଇ ପାକିସ୍ତାନ ବିରୋଧ କରିଥିଲା ।

ABOUT THE AUTHOR

...view details