ନୂଆଦିଲ୍ଲୀ: ପାକିସ୍ତାନର ସବୁ ଚାଲ୍କୁ ପଣ୍ଡ କରୁଛି ଭାରତୀୟ ସେନା। ବୁଧବାର ବିଳମ୍ବିତ ରାତ୍ରୀରେ ପଞ୍ଜାବର ତର୍ଣ୍ଣ ତରଣ ଜିଲ୍ଲା ଅନ୍ତର୍ଗତ ଖେମ୍ କରଣ ସେକ୍ଟର୍ରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ପାକିସ୍ତାନୀ ଡ୍ରୋନ୍କୁ ଗୁଳି ମାରି ଖସାଇଛି। ଏହାପରେ ସୀମାନ୍ତରେ ଥିବା ଗାଁ ଓ ଏହାର ଆଖପାଖ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି ।
ବୁଧବାର ବିଳମ୍ବିତ ରାତ୍ରୀରେ ରୋହତକ ଜିଲ୍ଲାର ବିଓପି ନିକଟରେ ଡ୍ରୋନ୍ଟି ଦେଖା ଦେଇଥିଲା। ଏହା ପରେ ବିଏସ୍ଏଫ୍ ଏହାକୁ ଆଣ୍ଟି-ଏୟାର୍କ୍ରାଫ୍ଟ୍ ଗନ୍ ମାଧ୍ୟମରେ ଗୁଳି କରି ଖସାଇ ଥଲା । ଏ ପର୍ଯ୍ୟନ୍ତ ଡ୍ରୋନ୍ଟି ଭାରତ ସୀମା ପଟରେ କିମ୍ବା ପାକିସ୍ତାନ ସୀମା ପଟରେ ପଡ଼ିଛି ସେ ଖବର ମିଳି ନଥିବା କହିଛି ବିଏସ୍ଏଫ୍ ।