ଓଡିଶା

odisha

By

Published : Jul 19, 2019, 9:26 AM IST

ETV Bharat / bharat

କୁଳଭୂଷଣଙ୍କ କନ୍‌ସୁଲାର ଆକ୍‌ସେସ ମଞ୍ଜୁର କଲା ପାକ୍‌

କୁଳଭୂଷଣଙ୍କୁ ରୈଜନାତିକ ଉପଲବ୍ଧି ପ୍ରଦାନ କରିବାକୁ ରାଜି ହୋଇଛି ପାକିସ୍ତାନ  । ତେବେ ପାକ୍‌ର ଏହି ନିଷ୍ପତ୍ତି ପରେ ତାଙ୍କୁ ଏବେ କନ୍‌ସୁଲାର ଆକ୍‌ସେସ ମିଳିପାରିବ  ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ କୋର୍ଟଙ୍କ ନିର୍ଦ୍ଦେଶ ପରେ କୁଳଭୂଷଣ ମାମଲାରେ ନିଜ ଭୁଲ ସୁଧାରିବା ପାଇଁ ବାଧ୍ୟ ହେଲା ପାକିସ୍ତାନ । କୁଳଭୂଷଣଙ୍କୁ ରାଜନୈତିକ ଉପଲବ୍ଧି ପ୍ରଦାନ କରିବାକୁ ରାଜି ହୋଇଛି ପାକିସ୍ତାନ । ତେବେ ପାକ୍‌ର ଏହି ନିଷ୍ପତ୍ତି ପରେ ତାଙ୍କୁ ଏବେ କନ୍‌ସୁଲାର ଆକ୍‌ସେସ ମିଳିପାରିବ । ଫଳରେ ପାକ୍‌ରେ ଥିବା ଦୂତାବାସର ଅଧିକାରୀମାନେ ତାଙ୍କୁ ଭେଟି ପାରିବେ ବା ଯୋଗାଯୋଗ କରିପାରିବେ । ଏନେଇ ପାକ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ପାକ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି, ଆଇସିଜେଙ୍କ ନିଷ୍ପତ୍ତିକୁ ଅନୁସରଣ କରି କୁଳଭୂଷଣ ଯାଦବଙ୍କୁ ଭିଏନା କନ୍‌ଭେନ୍‌ସନ୍‌ ଅନ୍ତର୍ଗତ କନ୍‌ସୁଲାର୍‌ ରିଲେସନ୍‌ସ୍‌ ଅଧିନରେ ଆସୁଥିବା ତାଙ୍କର ନାର୍ଯ୍ୟ ଅଧିକାରର ସୂଚନା ଦିଆଯିବ । ପାକିସ୍ତାନ ତାଙ୍କୁ ନିଜ ଦେଶର ଆଇନ ଅନୁଯାୟୀ କନ୍‌ସୁଲାର ଆକ୍‌ସେସ ଦେବ ।

ସୂଚନା ଯୋଗ୍ୟ ଯେ, ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ବୁଧବାର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ମାମଲାରେ ଭାରତ ସପକ୍ଷରେ ରାୟ ଶୁଣାଥିଲେ । କୁଳଭୂଷଣଙ୍କୁ ପାକ୍‌ର ସାମରିକ ଅଦାଲତ ଦେଇଥିବା ଫାଶୀ ଦଣ୍ଡାଦେଶ ଉପରେ ଆଇସିଜେ ରୋକ ଲଗାଇଥିଲେ । ଏହା ସହିତ ପାକିସ୍ତାନ ତା’ ନିଷ୍ପତ୍ତିର ପୁନର୍ବିଚାର କରୁ ଏବଂ କୁଳଭୂଷଣଙ୍କୁ ‘କନ୍‌ସୁଲାର ଆକ୍‌ସେସ’ ଦିଆଯିବା ଆବଶ୍ୟକ ବୋଲି ଆଇସିଜେ କହିଥିଲେ । ଯାହା ପରେ ପାକ୍‌ ଏବେ କୁଳଭୂଷଣଙ୍କୁ କନ୍‌ସୁଲାର ଆକ୍‌ସେସ ଦେବାକୁ ରାଜି ହୋଇଛି ।

ABOUT THE AUTHOR

...view details