ଓଡିଶା

odisha

By

Published : Oct 22, 2019, 3:23 PM IST

ETV Bharat / bharat

ସେନା କାର୍ଯ୍ୟାନୁଷ୍ଠାନରେ ବିଚଳିତ ପାକ୍, ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ

ବାଲାକୋଟ ସେକ୍ଟରର ସୀମାରେ ପାକ ସେନା ପକ୍ଷରୁ ଗୁଳିମାଡ ହୋଇଥିଲା । ଆଜି ମଧ୍ୟାହ୍ନ ପ୍ରାୟ ସାଢେ 12ଟାରୁ 1ଟା ମଧ୍ୟରେ ଏହି ଉଲ୍ଲଙ୍ଘନ ହୋଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ଶ୍ରୀନଗର: ରାଗରେ ରକ୍ତ ଚାଉଳ ଚୋବାଉଛି ପାକ । ଭାରତୀୟ ସେନା ଆତଙ୍କବାଦୀଙ୍କ ପାଇଁ ଥିବା ଲଞ୍ଚ ପ୍ୟାଡ ଧ୍ବଂସ କରିବା ପରେ ଏହା ଭୟଭୀତ ଅବସ୍ଥାରେ ଅଛି । ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାର ଲକ୍ଷ୍ୟ ରଖିଥିଲା ପାକିସ୍ତାନ । ହେଲେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଏହା ପଣ୍ଡ ହେବା ପରେ ପାକକୁ ଜୋର ଝଟକା ଲାଗିଛି ।

ଫଳରେ ରାଗରେ ଏହା ଗୁଳିମାଡ କରିବାରେ ଲାଗିଛି । ସେନା କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ସୁଧୁରୁନି ପାକ । ଲଗାତାର କରିଚାଲିଛି ଅସ୍ତ୍ରବିରତି ଉଲ୍ଲଙ୍ଘନ । ଗୋଟିଏ ପଟେ କାଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନର କଥା କହୁଥିବା ପାକ ଅନ୍ୟପଟେ ସେହି କାଶ୍ମୀର ସୀମାରେ କରୁଛି ଗୁଳିମାଡ । ଆଜି ପୁଣି ମେନ୍ଧରର ବାଲାକୋଟ ସେକ୍ଟରରେ ପାକ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ବାଲାକୋଟ ସେକ୍ଟରର ସୀମାରେ ପାକ ସେନା ପକ୍ଷରୁ ଗୁଳିମାଡ ହୋଇଥିଲା । ଆଜି ମଧ୍ୟାହ୍ନ ପ୍ରାୟ ସାଢେ 12ଟାରୁ 1ଟା ମଧ୍ୟରେ ଏହି ଉଲ୍ଲଙ୍ଘନ ହୋଇଥିବା ଜଣାପଡିଛି । ଭାରତୀୟ ସେନା ପକ୍ଷରୁ ଏହାର ଦୃଢ ଜବାବ ଦିଆଯାଇଛି । ତେବେ ନିକଟରେ 2 ଦିନ ତଳେ ଭାରତୀୟ ସେନା ପକ୍ଷରୁ ପିଓକେରେ 4ଟି ଟେରର ଲଞ୍ଚ ପେଡକୁ ଧ୍ବଂସ କରାଯାଇଥିଲା । ଯାହାକୁ ନେଇ ପାକିସ୍ତାନ ବିଚଳିତ ହୋଇପଡିଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ତଙ୍ଗଧାର ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନରେ 2 ଭାରତୀୟ ଯବାନ ଶହୀଦ ହେବା ସହ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଯାହାର ଜବାବରେ ଭାରତ ପକ୍ଷରୁ ଏହି ଆଟାକ ହୋଇଥିଲା । ଏଥିରେ ଟେରର ଲଞ୍ଚ ପ୍ୟାଡ ଧ୍ବଂସ ହେବା ସହ 5 ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା ।

ABOUT THE AUTHOR

...view details