ଓଡିଶା

odisha

ETV Bharat / bharat

ବୈଶାଖୀ ଉତ୍ସବ: ପାକିସ୍ତାନ ଯିବେ ଭାରତୀୟ ଶିଖ

ପାକିସ୍ତାନ ଯିବେ ଭାରତର 22 ଶହ ଶିଖ । ବୈଶାଖୀ ପର୍ବ ପାଇଁ ଭିସା ଦେଲା ପାକିସ୍ତାନ । ସୂଚନା ଦେଲେ ପାକିସ୍ତାନ ହାଇ କମିଶନ।

By

Published : Apr 10, 2019, 1:59 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଶିଖ ମାନଙ୍କର ମୁଖ୍ୟ ପର୍ବ ବୈଶାଖୀ । ଏହି ଦିନ ଠାରୁ ପଞ୍ଜାବୀଙ୍କର ନୂଆବର୍ଷ ଆରମ୍ଭ ହୋଇଥାଏ। ଏହି ପର୍ବରେ ପ୍ରତିବର୍ଷ ଭାରତୀୟ ଶିଖ ପାକିସ୍ତାନକୁ ତୀର୍ଥଯାତ୍ରାରେ ଯାଇଥାନ୍ତି। ସେହିପରି ପାକିସ୍ତାନ ଶ୍ରଦ୍ଧାଳୁ ମାନେ ମଧ୍ୟ ଭାରତ ଆସିଥାନ୍ତି। ଚଳିତବର୍ଷ ମଧ୍ୟ ଭାରତୀୟ ଶିଖକୁ ପାକିସ୍ତାନ ଯିବାକୁ ଅନୁମତି ମିଳିଛି ।

ସୂଚନାନୂଯାୟୀ, ବୈଶାଖୀ ପାଇଁ 12 ରୁ 21 ତାରିଖ ପର୍ଯ୍ୟନ୍ତ ଭାରତର 22 ଶହ ଶିଖ ତୀର୍ଥଯାତ୍ରୀଙ୍କୁ ପାକିସ୍ତାନ ଯିବାକୁ ଭିସା ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନ ହାଇ କମିଶନ । ଭାରତ-ପାକ ପ୍ରୋଟୋକଲ ଜରିଆରେ ପ୍ରତିବର୍ଷ ବହୁସଂଖ୍ୟାରେ ଭାରତରୁ ଶ୍ରଦ୍ଧାଳୁ ପାକିସ୍ତାନକୁ ଯାଇଥାନ୍ତି ।

ତେବେ ପୁଲଓ୍ବାମା ଆଟାକ ଓ ବାଲାକୋଟ୍ ଏୟାର ଷ୍ଟ୍ରାଇକ ପରଠାରୁ 2 ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଁ ଚରମ ସୀମାରେ ପହଞ୍ଚିଛି । ତେବେ ଗତ ସପ୍ତାହରେ ପାକିସ୍ତାନ ଘୋଷଣା କରିଛି, ସଦଭାବନା ଓ ଶାନ୍ତି ପାଇଁ ପାକିସ୍ତାନରେ ଥିବା 360 ଭାରତୀୟ କଏଦୀଙ୍କୁ ମୁକ୍ତ କରାଯିବ। ତେବେ ସେ ଏହି ପ୍ରକ୍ରିୟା ଆରମ୍ଭ କରିଦେଇଛି।

ଉକ୍ତ 360 କଏଦୀ ମାନଙ୍କ ମଧ୍ୟରେ ସୋମବାର 100 ଜଣଙ୍କୁ ପାକିସ୍ତାନ ପଞ୍ଜାବର ଓ୍ବାଘା ବର୍ଡରରେ ଛଡାଯାଇଥିଲା । ତେବେ ବାକି କଏଦୀଙ୍କୁ 4ଟି ପ୍ରର୍ଯ୍ୟାୟରେ ଭାରତକୁ ପଠାଯିବ ।

ABOUT THE AUTHOR

...view details