କଲମ୍ବୋ: ବାରମ୍ବାର ଅନ୍ତଃରାଷ୍ଟ୍ରୀୟ ମଞ୍ଚରେ ପାକିସ୍ତାନ କାଶ୍ମୀରକୁ ନେଇ କାନ୍ଦଣା କାନ୍ଦୁଛି । ମାଳଦ୍ବୀପ ପରେ ଶ୍ରୀଲଙ୍କାର କଲମ୍ବୋ ଠାରେ ହେଉଥିବା ୟୁନିସେଫର ଏସିଆନ୍ ପାର୍ଲିଆମେଣ୍ଟ୍ରୀ କନଫରେନ୍ସରେ ପାକିସ୍ତାନ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଥିଲା । ଏହାପରେ ପାକ୍କୁ ମୁହଁତୋଡ ଜବାବ ଦେଇଛି ଭାରତ । ପାକ୍ ନିଜସ୍ବ ମାମଲାରେ ଧ୍ୟାନ ଦେଉ ବୋଲି କହିଛି ଭାରତ ।
ୟୁନିସେଫରେ ପାକ୍କୁ ମୁହଁତୋଡ ଜବାବ ଦେଲା ଭାରତ
ପାକିସ୍ତାନ କାଶ୍ମୀରକୁ ନେଇ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଭାରତକୁ ସମାଲୋଚନା କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହୋଇ ପାରୁନାହିଁ । ପୁଣି ପାକ୍ ୟୁନିସେଫରେ କାଶ୍ମୀର ପ୍ରସଙ୍ଗ ଉଠାଇଛି । ଏନେଇ ପାକ୍କୁ ଭାରତୀୟ ସାଂସଦ କଡା ଜବାବ ଦେଇଛି । ପାକିସ୍ତାନ ନିଜର ଘରୋଇ ସମସ୍ୟା ଉପରେ କାମ କରୁ ।
ଫାଇଲ ଫଟୋ
ଭାରତ ପକ୍ଷରୁ କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଛନ୍ତି ଯେ, କାଶ୍ମୀର ଏକ ଆଭ୍ୟନ୍ତରୀଣ ମାମଲା । ପାକିସ୍ତାନ ଏସବୁ ବିଷୟରେ ନ ଭାବି ନିଜର ସ୍ଥାନୀୟ ସମସ୍ୟା ଉପରେ ଧ୍ୟାନ ଦେଉ ବୋଲି କଡା ଜବାବ ଦେଇଛି ଭାରତ ।