ଓଡିଶା

odisha

ETV Bharat / bharat

ଦେଶ ପାଇଁ ୱାର୍ଲ୍ଡକପ ଜିତି ଫେରିବା ପରି ଲାଗୁଛି: ଇମରାନ ଖାନ

ତିନି ଦିନିଆ ଆମେରିକାରୁ ଗସ୍ତରୁ ଫେରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ । ତେବେ ଦେଶ ପାଇଁ ୱାର୍ଲ୍ଡକପ୍‌ ଜିତି ଫେରି ଆସିଥିବା ଭଳି ଲାଗୁଥିବା କହିଛନ୍ତି ସେ ।

ଫାଇଲ ଫଟୋ

By

Published : Jul 25, 2019, 11:11 PM IST

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ମନରୁ ଯାଇନି ୱାର୍ଲ୍ଡକପ୍‌ ଜିତିବା ନିଶା । ଛାଡିନି କ୍ରିକେଟ ପ୍ରେମ । ତାଙ୍କ ଅଧିନାୟକତ୍ବରେ ପାକିସ୍ତାନ ଥରେ କ୍ରିକେଟ ୱାର୍ଲ୍ଡକପ୍‌ ଜିତିଥିବାବେଳେ ସେହି କଥା ତାଙ୍କ ମନରେ ଯେମିତି ଘର କରି ବସିଛି । ପାକିସ୍ତାନର ଦ୍ବିତୀୟ ଥର ୱାର୍ଲଡ କପ ଜିତିବା ସ୍ବପ୍ନ ହୋଇ ରହିଯାଇଥିବାବେଳେ ତାଙ୍କ ପ୍ରଧାନମନ୍ତ୍ରୀ କିନ୍ତୁ ୱାର୍ଲ୍ଡକପ୍‌ ଜିତି ଫେରିଥିବା ଭଳି ଦିନରେ ସ୍ବପ୍ନ ଦେଖୁଛନ୍ତି ।

ଆମେରିକାରୁ ଫେରିବା ପରେ ସେ ଏଭଳି କିଛି କଥା କହିଛନ୍ତି ଯାହା ଦିନରେ ସ୍ବପ୍ନ ଦେଖିବା ଭଳି ଲାଗୁଛି । 3 ଦିନିଆ ଆମେରିକା ଗସ୍ତରେ ଯାଇଥିବା ଇମରାନ ଗୁରୁବାର ନିଜ ଦେଶକୁ ଫେରିଛନ୍ତି । ତେବେ ଏହି ଅବସରରେ ସେ କହିଛନ୍ତି ତାଙ୍କୁ ଏପରି ଲାଗୁଛି ଯେ ସେ ଯେମିତି ଦେଶ ପାଇଁ କ୍ରିକେଟ ୱାର୍ଲଡ କପ ଜିତି ଫେରିଛନ୍ତି ।

ତିନି ଦିନିଆ ଆମେରିକା ଗସ୍ତରେ ଥିବା ଇମରାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିଥିଲେ । ତେବେ ସେ ଆଜି ଫେରିବା ସମୟରେ ବିମାନ ବନ୍ଦରରେ ତାଙ୍କ ସମର୍ଥକ ମାନେ ସ୍ଲୋଗାନ ଦେଇଥିଲେ । ଯେଉଁଥିରେ ଅତି ଭାବପ୍ରବଣ ହୋଇ ସେ ଦେଶ ପାଇଁ ୱାର୍ଲଡ କପ ଜିତି ଆସିଥିବା କହିଥିଲେ ।

ପ୍ରକାଶ ଯେ, ଇମରାନଙ୍କ ଆମେରିକା ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ-ଇମରାନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା । ଏହି ସମୟରେ କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ସହଯୋଗ ଲୋଡିଥିଲେ ଇମରାନ । ତେବେ ମିଛୁଆ ଟ୍ରମ୍ପ କହିଥିଲେ କାଶ୍ମୀର ପ୍ରସଙ୍ଗ ନେଇ ମୋଦି କିଛି ସପ୍ତାହ ତଳେ ମୋତେ ଅନୁରୋଧ କରିଥିଲେ । ମୁଁ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଉତ୍ସାହିତ । ପରେ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ନେଇ ଭାରତରେ ରାଜନୈତିକ ମାହୋଲ ସରଗରମ ହୋଇଉଠିଥିଲା । ବିରୋଧୀ ଏ ନେଇ ମୋଦିଙ୍କ ବିବୃତ୍ତି ଦାବି କରିଥିଲେ ।

ABOUT THE AUTHOR

...view details