ଓଡିଶା

odisha

By

Published : Sep 23, 2019, 12:31 PM IST

ETV Bharat / bharat

ମୋଦିଙ୍କ ଲୋକପ୍ରିୟତାକୁ ଫ୍ଲପ୍ କହିଲା ପାକିସ୍ତାନ

ଆମେରିକାର ଟେକ୍ସାସ୍ ପ୍ରଦେଶର ହୋଷ୍ଟନ ଠାରେ ଆୟୋଜିତ ହୋଇଥିବା ‘ହାୱଡି ମୋଦି’ କାର୍ଯ୍ୟକ୍ରମରେ ଯୋଗ ଦେଇ ଚର୍ଚ୍ଚାର ପରିସର ମଧ୍ଯକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବିଦେଶରେ ଭାରତର ଏପରି ଲୋକପ୍ରିୟତା ଦେଖି ଏହି କାର୍ଯ୍ୟକ୍ରମକୁ ଫ୍ଲପ ଶୋ ବୋଲି କହିଛି ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ।

ଫଟୋ ସୌଜନ୍ୟ- ଇଟିଭି ଭାରତ ବ୍ୟୁରୋ

ଇସଲାମବାଦ: ବିଦେଶରେ ଭାରତର ସମ୍ମାନ ବଢୁଥିବା ଦେଖି ହଡବଡେଇ ଯାଇଛି ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ। ଆମେରିକାର ଟେକ୍ସାସ୍ ପ୍ରଦେଶର ହୋଷ୍ଟନ ଠାରେ ଆୟୋଜିତ ହୋଇଥିବା ‘ହାୱଡି ମୋଦି’ କାର୍ଯ୍ୟକ୍ରମରେ ଯୋଗଦେଇ ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ତାଙ୍କ ଏହି ଲୋକପ୍ରିୟତା ଏବଂ ସଫଳତାକୁ ଦେଖି ହତୋତ୍ସାହିତ ହୋଇପଡିଛି ପାକିସ୍ତାନ। ବିଦେଶରେ ଭାରତର ବଢୁଥିବା ଲୋକପ୍ରିୟତାକୁ ଦେଖି ପ୍ରତିକ୍ରିୟାଶୀଳ ହୋଇ ଉଠିଥିବା ପାକିସ୍ତାନ ଏହି କାର୍ଯ୍ୟକ୍ରମକୁ ଫ୍ଲପ ଶୋ ବୋଲି କହିଛି।

ପାକିସ୍ତାନର ବୈଷୟିକ ଶିକ୍ଷା ମନ୍ତ୍ରୀ ଫୱାଦ ହୁସେନ ଚୌଧୁରୀ କହିଛନ୍ତି ଯେ, ‘ହାୱଡି ମୋଦି’ କାର୍ଯ୍ୟକ୍ରମ ଏକ ଫ୍ଲଫ ଶୋ । ଭାରତ ବିରୋଧି ବିବାଦୀୟ ବୟାନ ଦେଇ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । ଏହା ପୂର୍ବରୁ ‘ଚନ୍ଦ୍ରଯାନ-2’ ର ବିଫଳତାକୁ ନେଇ ମଧ୍ୟ ଅନେକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ସେ।

ଭାରତ ସବୁବେଳେ ତାର ସଫଳତାକୁ ନେଇ ଆଗକୁ ବଢିଥାଏ ମାତ୍ର ପାକିସ୍ତାନ ଏହାକୁ ସହି ନପାରିବା ଦୃଶ୍ୟ ଅନେକଥର ଦେଖିବାକୁ ମିଳିଛି। କାରଣ ପ୍ରାୟ ସବୁ ରାଷ୍ଟ୍ର ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ଅତିଷ୍ଠ ହୋଇଛନ୍ତି । କେବଳ ଏତିକି ନୁହେଁ ଆତଙ୍କବାଦ ପ୍ରସଙ୍ଗକୁ ନେଇ ବିଶ୍ବ ସମୁଦାୟରେ ସବୁବେଳେ ଅପମାନିତ ହୋଇଛି ପାକିସ୍ତାନ। ମାତ୍ର କୁକୁର ଲାଙ୍ଗୁଡ ବଙ୍କା ଭଳି ପ୍ରକୃତିକୁ ଦୂରେଇ ପାରିନାହିଁ ପାକିସ୍ତାନ।

ବାରମ୍ବାର ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ସହ କାଶ୍ମୀର ପ୍ରସଙ୍ଗରେ ମୁହଁ ଖୋଲିଛି। ମାତ୍ର ନିଜର ରଣନୀତି ବଳରେ ପାକିସ୍ତାନର ସବୁ ଅଭିଯୋଗକୁ ମାତ ଦେବା ସହ କୂଟନୈତିକ ସ୍ତରରେ ବିଜୟ ହାସଲ କରିଆସୁଛି।

ABOUT THE AUTHOR

...view details