ଓଡିଶା

odisha

ETV Bharat / bharat

ପୁଣି ପାକ୍‌ର ଯୁଦ୍ଧ ଚେତାବନୀ

ପୁଣି ଭାରତକୁ ଯୁଦ୍ଧ ଧମକ । ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶି ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି । ସେ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ।

By

Published : Aug 27, 2019, 12:47 PM IST

ଫାଇଲ ଫଟୋ

ଲାହୋର: ଧାରା 370 ଉଚ୍ଛେଦ ପରେ ରାଗରେ ରକ୍ତ ଚାଉଳ ଚୋବାଉଛି ଶତ୍ରୃରାଷ୍ଟ ପାକିସ୍ତାନ । ଅନ୍ତରାଷ୍ଟ୍ରୀୟ ସ୍ତରରେ ନିରାଶ ହେବା ପରେ ମଧ୍ୟ ଭାରତକୁ ଯୁଦ୍ଧ ଧମକ ଦେବାରେ ପଛାଉନି । ତେବେ ପୁଣି ଥରେ ପାକ୍ ବୈଦେଶିକ ମନ୍ତ୍ରୀ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି । ସେ ଭାରତକୁ ଧମକ୍ ଦେବାକୁ ଯାଇ କହିଛନ୍ତି ପାକିସ୍ତାନ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଟେ ।

ଇସଲାମବାଦରେ କାଶ୍ମୀର ପ୍ରସଙ୍ଗରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଏଭଳି ମନ୍ତବ୍ୟ ଦେଇଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶି । ସେ କହିଛନ୍ତି, କାଶ୍ମୀରବାସୀଙ୍କ ପାଇଁ ପାକିସ୍ତାନ କିଛି ବି କରିପାରେ । ଭାରତ ଜମ୍ମୁକାଶ୍ମୀରରୁ ବେଆଇନ ଭାବେ ଧାରା 370 ଉଚ୍ଛେଦ କରି ଅଶାନ୍ତି ସୃଷ୍ଟି କରିଛି । ଏପରିକି ଭାରତ- ପାକ୍ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଆମେ ଏଥିପାଇଁ ପ୍ରସ୍ତୁତ ।

ଏହାସହ କ୍ୟୁରେଶି ଆହୁରି କହିଛନ୍ତି, କାଶ୍ମୀର ପ୍ରସଙ୍ଗ ଆମେ ଆସନ୍ତା ମାସରେ ହେବାକୁ ଥିବା ସଂଯୁକ୍ତ ମହାସଭାରେ ଉଠାଇବୁ । ତେବେ କହିରଖୁଛୁ କାଶ୍ମୀର ପ୍ରସଙ୍ଗକୁ ନେଇ ପାକକୁ ବିଭିନ୍ନ ଆଡୁ ଝଟ୍‌କା ପରେ ଝଟ୍‌କା ମିଳୁଛି ତଥାପି ସୁଧୁରିବାର ନାଁ ଧରୁନି ପାକ୍ ।

ABOUT THE AUTHOR

...view details